ଏମ୍ସ ମେଡିକାଲରୁ ସୂଚନା ମିଳିଛି ଅମିତ ଶାହାଙ୍କୁ କୌଣସି ପ୍ରକାର ଫ୍ଲୁ ହୋଇନାହିଁ : ବି.କେ ହରିପ୍ରସାଦ

ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିରୋଧୀ ଦଳର ନେତାମାନେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି

179

କନକ ବ୍ୟୁରୋ : ଅମିତ ଶାହାଙ୍କୁ ସ୍ୱାଇନ ଫ୍ଲୁ ହୋଇଥିବା କାରଣରୁ ସେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତୀ ହୋଇଛନ୍ତି  । ହେଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିରୋଧୀ ଦଳର ନେତାମାନେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ରାଜ୍ୟସଭା ସାଂସଦ ଶାହାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବୟାନ ଦେବାରେ ଲାଗିଛନ୍ତି । ସେ କହିଛନ୍ତି ଯେ, ଆମ ଦଳର କିଛି ବିଧାୟକ ଫେରିଆସିଛନ୍ତି । ତେଣୁ ଏହି ଖବର ଜାଣିବାପରେ ଶାହାଙ୍କୁ ଜର ହୋଇଯାଇଛି ।

 

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶାହା ଯଦି କେବେ କର୍ଣ୍ଣାଟକରେ ଚାଲୁଥିବା ସରକାର ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ବାନ୍ତି ସହ ପତଳା ଝାଡା ମଧ୍ୟ ହେବ । ଶାହା ମେଡିକାଲରେ ଭର୍ତି ହେବ ଦିନଠାରୁ ବି. କେ ହରିପ୍ରସାଦ ବାରମ୍ବାର ଏପରି ମନ୍ତବ୍ୟ ଦେଉଛନ୍ତି । ସେ କୌଣସି ଫ୍ଲୁ ପାଇଁ ମେଡିକାଲରେ ଭର୍ତି ହୋଇନାହାନ୍ତି । ଯେଉଁ ସମୟରେ ଆମମାନଙ୍କୁ ଜଣାପଡିବ ସେ କେଉଁଥି ପାଇଁ ମେଡିକାଲରେ ଭର୍ତି ହୋଇଛନ୍ତି ସେହି ସମୟରେ ହିଁ ସମସ୍ତ ତଥ୍ୟ ଗଣମାଧ୍ୟମ ଆଗରେ କହିବି ବୋଲି ହରିପ୍ରସାଦ କହିଛନ୍ତି ।