ଭାଇ ବଳରେ ବଳିଆନ : ପଞ୍ଜାବରେ ମହିଳାଙ୍କୁ ରାସ୍ତାରେ ପକାଇ ପିଟିଲେ କଂଗ୍ରେସ ବିଧାୟକଙ୍କ ଭାଇ

355

କନକ ବ୍ୟୁରୋ : ଭାଇ ବଳରେ ବଳିଆନ ହୋଇ ରାସ୍ତା ଉପରେ ଦବଙ୍ଗଗିରି ଦେଖାଇଛନ୍ତି ବିଧାୟକଙ୍କ ଭାଇ । ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ପକାଇ ପିଟିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ରାକେଶ ଚୌଧୁରୀଙ୍କ ଭାଇ ଓ ତାଙ୍କ ସହଯୋଗୀ । ମହିଳା ଜଣଙ୍କ ତଳେ ପଡିଛନ୍ତିି ଆଉ ବିଧାୟକଙ୍କ ଭାଇ ମନଇଚ୍ଛା ଗୋଇଠା ବିଧା ମାରି ଚାଲିଛନ୍ତି । ଅନ୍ୟଜଣେ ମହିଳା ତାଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କରୁଥିଲେ ବି ସେ ଅଟକୁ ନାହାଁନ୍ତି । ଜଣେ ବାଡି ଓ ଅନ୍ୟ ଜଣେ ବେଲ୍ଟରେ ରାସ୍ତା ଉପରେ ମହିଳାଙ୍କୁ ଗଡାଇ ତଡାଇ ପିଟୁଛନ୍ତି ।

ଟଙ୍କା ଉଧାର ନେଇ ନଶୁଝିବାରୁ ମହିଳାଙ୍କୁ ଏଭଳି ନୃଶଂସ ଭାବେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଅଭିଯୋଗ ପରେ ୬ଗିରଫ କରିଛି ପୋଲିସ୍ । କିଛି ଦିନ ତଳେ ଏହି ଭଳି ଚିତ୍ର ଗୁଜରାଟରୁ ଆସିଥିଲା । ଯେଉଁଠୁ ରାସ୍ତା ଉପରେ ମହିଳାଙ୍କୁ ପିଟୁଥିଲେ ବିଜେପି ବିଧାୟକ । ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସେବା କରିବା କଥା । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା କଥା । ହେଲେ ଏଠି ନିଜେ ରକ୍ଷକ ସାଜୁଛି ଭକ୍ଷକ । ଆଉ ପଦ ପଦବୀରେ ଥିବା ଏହି ବାହୁବଳୀ ନେତା ଓ ସେମାନଙ୍କ ସମ୍ପର୍କୀୟଙ୍କ ବିରୋଧରେ ପୋଲିସ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଂଚା ଦେଉଛି ।