ଆରମ୍ଭରୁ ଗରମ ହେଲା ଗୃହ । ଅଧିବେଶନର ପ୍ରଥମ ଦିନରେ ହଙ୍ଗାମା, ବିଭିନ୍ନ ପ୍ରସଙ୍ଗ ନେଇ ବାଚସ୍ପତିଙ୍କୁ ଘେରିଲା କଂଗ୍ରେସ ।

328

କନକ ବ୍ୟୁରୋ: ବିଧାନସଭା ଆରମ୍ଭରୁ ଗୃହରେ ହଙ୍ଗାମା । ବିଜେପିର ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ ଗୃହରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ଘୋଷଣା ନକରି ବାଚସ୍ପତି ସୂର୍ଯ୍ୟପାତ୍ର ଅଭିଭାଷଣ ଆରମ୍ଭରୁ , ପ୍ରଦୀପ୍ତ ନାୟକଙ୍କୁ ବିଜେପି ବିଧାୟକଦଳ ନେତା ସମ୍ବୋଧନ କରିବା ନେଇ ଗୃହରେ କଂଗ୍ରେସ ପ୍ରତିବାଦ କରିଛି । ସେହିପରି ବିଜେଡି ସମର୍ଥିତ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ମଧ୍ୟ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ ।

ଷୋଡ଼ଶ ବିଧାନସଭାର ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ନିକଟକୁ ଯାଇ ଉଭୟ ବିଜେଡି-ବିଜେପି ଭାଇ ଭାଇ ବୋଲି ପ୍ରତିବାଦ କରି ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀ ପତିଙ୍କ ସମେତ କଂଗ୍ରେସ ଅନ୍ୟ ବିଧାୟକ ଗଣ । ତେବେ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ସରକାରଙ୍କୁ ନିଶାନାକୁ ନେଇଥିବା ଦେଖିବାକୁ ମିଳୁଛି ।