ଅଡୁଆରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ : ମିଥ୍ୟା ସତ୍ୟପାଠ ଦାଖଲ ନେଇ ହାଇକୋର୍ଟରେ ମାମଲା ଦାୟର କଲେ ଭୁଜବଳ ମାଝୀ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଡୁଆରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ମିଥ୍ୟା ସତ୍ୟପାଠ ଦାଖଲ କରିବା ନେଇ ହାଇକୋର୍ଟରେ ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ । ନିର୍ବାଚନୀ ସତ୍ୟପାଠକୁ ଚ୍ୟାଲେଂଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନ୍ ଭାସ୍କର ରାଓ ଆୟକର ସମ୍ବନ୍ଧୀୟ ତଥ୍ୟ ଭୁଲ ଦେଇଥିବା ଅଭିଯୋଗ କରିଛନ୍ତି ଭୁଜବଳ ମାଝୀ ।  ଯେହେତୁ ସାଂସଦ ଭୂଲ ତଥ୍ୟ ଦେଇଛନ୍ତି ତେଣୁ ଯଥାଶୀଘ୍ର ତାଂକ ସଭ୍ୟ ପଦ ରଦ୍ଦ କରିବାକୁ ବିଧାୟକ ଦାବି କରିଛନ୍ତି ।