ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ବୈଠକରେ ଦଳୀୟ ଶୃଙ୍ଖଳା ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି । କାରଣ ବିଭିନ୍ନ ସମୟରେ ହାଇକମାଣ୍ଡଙ୍କ ପାଖରେ ଦଳୀୟ ବିଧାୟକମାନେ ଫେରାଦ ହୋଇଛନ୍ତି । ତେଣୁ ଦଳୀୟ  ଶୃଙ୍ଖଳା ଯେପରି ବଜାୟ ରଖାଯିବ ଓ ଅନ୍ତଦ୍ୱର୍ନ୍ଦ ଦୂର ହେବ ସେ ନେଇ ଆଲୋଚନା ଚାଲିଛି । ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ୧୪ଜଣ ବିଧାୟକ ଉପସ୍ଥିତ ଅଛନ୍ତି । ତେବେ ଏହି ବୈଠକରେ  ନରସିଂହ ମିଶ୍ର ଓ ଚିରଂଜିବ ବିଶ୍ୱାଳ ଅନୁପସ୍ଥିତ ରହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ଏହା ସହ ତାରା ବାହିନୀ ପତି ମଧ୍ୟ ବିଳମ୍ବରେ ବୈଠକରେ ପହଂଚିଥିଲେ ।