ରାଜ୍ୟ କଂଗ୍ରେସ କନ୍ଦଳ : ପୁଣି ଘୁଂଚିଲା ରାହୁଲଙ୍କ ସହ ସାକ୍ଷାତ ସମୟ

29

କନକ ବ୍ୟୁରୋ : ଓଡିଶାର କଂଗ୍ରେସ ଜିଲ୍ଲା ସଭାପତିମାନେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି  । ଆଜି ଦିନ ୧୦ଟାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଦୀଙ୍କୁ ଜିଲ୍ଲା ସଭାପତିମାନେ ଭେଟିବାର କାର୍ଯ୍ୟକ୍ରମ ଥିଲା ।  କିନ୍ତୁ ଏହାକୁ ସ୍ଥଗିତ କରାଯାଇ ଅପରାହ୍ନ ୩ଟାରେ ରାହୁଲଙ୍କୁ ଜିଲ୍ଲା ସଭାପତିମାନେ ଭେଟିବେ ବୋଲି ଏଆଇସିସି ପକ୍ଷରୁ ସୂଚନା ମିଳିଛି  ।

ଗତକାଲି ରାହୁଲ ଗାନ୍ଧୀ ବ୍ୟସ୍ତ ଥିବା କାରଣରୁ ଜିଲ୍ଲା ଏହି ସଭାପତିମାନେ ତାଙ୍କୁ ଭେଟିପାରିନାହାଁନ୍ତି । ତେବେ ରାହୁଲଙ୍କୁ ଭେଟିବା ପାଇଁ କଣ ପାଇଁ ଏହି ଜିଲ୍ଲା ସଭାପତିମାନେ ଯାଇଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି  ।

ରାହୁଲଙ୍କ ସହ ପଂଚାୟତ ନିର୍ବାଚନକୁ ନେଇ ଆଲୋଚନା ହେବ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଛନ୍ତି । ତେବେ ଦଳ ଭିତରେ ଲାଗିଥିବା କନ୍ଦଳ ସଂପର୍କରେ ଜିଲ୍ଲା ସଭାପତିମାନେ ରାହୁଲଙ୍କ ନିକଟରେ କଣ ସବୁ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହା ବୈଠକ ପରେ ଜଣାପଡିବ । ରାହୁଲଙ୍କୁ ଭେଟିବାପରେ ଏହି ନେତାମାନେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ମୋତିଲାଲା ଭୋରା, ଜନାର୍ଦନ ଦ୍ୱିବେଦୀ, ଓ ଅହମଦ ପଟେଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।