କଂଗ୍ରେସର ପଂଚାୟତ ପ୍ରସ୍ତୁତି ! ପିସିସି କାର୍ଯ୍ୟାଳୟରେ ଏକାଠି ହେଲେ ଦଳର ବରିଷ୍ଠ ନେତା ଓ କର୍ମୀ

31

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ପଂଚାୟତ ନିର୍ବାଚନ ରଣନୀତି । ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଡକାଇଛନ୍ତି କଂଗ୍ରେସ ଇଲେକ୍ସନ କମିଟି ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ଦଳର ବରିଷ୍ଠ ନେତା ଓ କର୍ମୀ । ତେବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଆଲୋଚନା ଜାରି ରହିଛି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଭଳି ବହୁ ଟାଣୁଆ ନେତାଙ୍କ ଉପସ୍ଥିତିରେ ପଂଚାୟତ ପ୍ରସ୍ତୁତି କରାଯାଉଛି । ଦଳ କିଭଳି ପଂଚାୟତ ନିର୍ବାଚନ ବୈତରଣୀ ପାର ହେବ ସେ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିବ ରାଜ୍ୟ କଂଗ୍ରେସ ।