ରାଜ୍ୟ କଂଗ୍ରେସ ରାଜନୀତି ! ରାଷ୍ଟ୍ରପତି ନିର୍ବାଚନ ବାହାନାରେ ବିରୋଧୀ ଦଳ ନେତାଙ୍କ ଘରେ ପୁଣି ଏକାଠି ହେଲେ ବିଧାୟକ

23

କନକ ବ୍ୟୁରୋ: ଆସନ୍ତା କାଲି ରାଷ୍ଟ୍ରପତି ନିର୍ବାଚନ । ଏହାପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ଚାଲିଛି । ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏହି ବୈଠକ ହୋଇଛି । ଏଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ପଟେଲ ଯୋଗଦେଇଛନ୍ତି ।

ଗତକାଲି ବି ବିରୋଧୀଦଳ ନେତାଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି ହୋଇଥିଲା । ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେଇଥିଲେ କିଛି ବିଧାୟକଙ୍କ ସମେତ ବରିଷ୍ଠ ନେତା । ଗତ କିଛି ଦିନ ଧରି ନେତୃତ୍ୱ ତଥା ସଂଗଠନକୁ ନେଇ ରାଜ୍ୟ କଂଗ୍ରେସରେ ଚାଲିଛି ଟଣାଓଟରା । ଏପରିକି ବିଧାୟକ ଦଳ ଓ ପିସିସି ମଧ୍ୟରେ ଫାଟ ପଦାରେ ପଡିଛି ।