କଂଗ୍ରେସରେ ପୁଣି ଜୋର୍ ଧରିଲା ତାରା ବଦଳ ଚର୍ଚ୍ଚା : ଜଣ ଜଣ କରି ବିଧାୟକଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ

16

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କଂଗ୍ରେସ ରାଜ୍ୟ ପ୍ରଭାରୀ ବିକେ ହରିପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦଳୀୟ କାର୍ଯ୍ୟାଳୟ ନୁହେଁ, ବରଂ ଏକ ତାରକା ହୋଟେଲରେ ଗୋଟିଏ ଗୋଟିଏ କରି ସବୁ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ହରିପ୍ରସାଦ । ବୈଠକରେ ଦଳୀୟ ଶୃଙ୍ଖଳା ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି । ଜଙ୍ଗଲ ଅଧିକାର ଆଇନ ସଂପର୍କରେ ଆଲୋଚନା ହୋଇଥିବା ପିସିସି ସଭାପତି ଓ ପ୍ରଭାରୀ କହିଛନ୍ତି । ହେଲେ ଏହି ବୈଠକ ତାରା ପ୍ରସାଦ ବାହିନିପତିଙ୍କ ମୁଖ୍ୟ ସଚେତକ ପଦର ଅନିଶ୍ଚିତତାକୁ ନେଇ ହୋଇଥିବା ଚର୍ଚ୍ଚା ହେଉଛି । ଏହାକୁ ପିସିସି ସଭାପତି ଓ ପ୍ରଭାରୀ ଖଣ୍ଡନ କରିଥିଲେ । ତାରା ମୁଖ୍ୟ ସଚେତକ ରହିବେ କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିଥିଲେ ସୁଦ୍ଧା, ତାରା ବିଚଳିତ ନୁହନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବୈଠକରେ ନରସିଂହ ମିଶ୍ର ଓ ଚିରଂଜିବ ବିଶ୍ୱାଳ ଯୋଗ ଦେଇନଥିଲେ ।