କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟରପ୍ଲାନ୍ : ୫୦୦ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହେବ ରଣନୀତି

38

ସରିଯାଇଛି ଗୁଜୁରାଟ ବିଧାନସଭା ନିର୍ବାଚନ । ବିଜେପି କଂଗ୍ରେସ ଠାରୁ ଜିତିଲା ସତ , ହେଲେ କଂଗ୍ରେସ ଦୃଢ ଟକ୍କର ଦେଇଥିଲା । ଏବେ ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଏଥିପାଇଁ କଂଗ୍ରେସ ତାର ରଣନୀତି ଆରମ୍ଭ କରିଛି । ଶୁଣାଯାଉଛି ଯେ କଂଗ୍ରେସର ଏହି ନିର୍ବାଚନ ରଣନୀତି କଂଗ୍ରେସର କିଛି ମୁଖ୍ୟ ନେତାମାନେ ସମ୍ଭାଳିବେ ।

ପ୍ରଦେଶ କଂଗ୍ରେସର ସୂତ୍ରାନୁସାରେ ସୂଚନା ଯେ , ଶୀର୍ଷ ସ୍ତରୀୟ ନେତୃତ୍ୱଙ୍କୁ ନିର୍ଦ୍ଦେଶ ଆସିଛି ନୂଆ ବର୍ଷ ସହ ଏହି ରଣନୀତିକୁ ଜୋରସୋର କରାଯିବ । ଏଥିପାଇଁ ୫୦୦ ବିଶେଷଜ୍ଞ ବିଶିଷ୍ଟ ଟିମ୍ କର୍ଣ୍ଣାଟକରେ ପହଁଚିବେ । ଏଥିରେ ସୋସିଆଲ୍ ମିଡିଆ ଓ ମୁଖ୍ୟ ଧାରା ( ଟିଭି ଓ ଖବରକାଗଜ) ମିଡିଆ ପାଇଁ ଲୋକେ ସାମିଲ୍ ହେବେ । ଖାଲି ଏତିକି ନୁହେଁ ସମ୍ଭାବିତ ପ୍ରାର୍ଥୀଙ୍କ ପାଇଁ ରିସର୍ଚ୍ଚ ,ନିର୍ବାଚନ ଘୋଷଣା ପତ୍ର ଓ ପ୍ରଚାରର ରଣନୀତି ମଧ୍ୟ ଏହି ଟିମ୍ ପ୍ରସ୍ତୁତ କରିବ ।

ସିିଦ୍ଦାରମୈୟାଙ୍କୁ ନେଇ ପ୍ରଶ୍ନ ଉଠିଲା –
ସୂଚନା ଯେ, ମୁଖ୍ୟମନ୍ତ୍ରୀ ସିିଦ୍ଦାରମୈୟା ଲୋକପ୍ରିୟ ନେତା ଭାବେ ଜଣାଶୁଣା । ଏବଂ ସେ ରାହୁଲ୍ ଗାନ୍ଧୀଙ୍କ ପାଖ ଲୋକ ମଧ୍ୟ । ଏଆଇସିସିର ସମର୍ଥନ କାରଣରୁ ସିିଦ୍ଦାରମୈୟାନିଜେ ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । ଗତ ସାଢେ ୪ ବର୍ଷରେ ସିିଦ୍ଦାରମୈୟା ବ୍ୟକ୍ତିଗତ ଭାବେ ଲୋକପ୍ରିୟ ନେତା ନିଶ୍ଚିତ ବନିଗଲେ ,ହେଲେ ସେ ପାର୍ଟିର ସଂଗଠନ ପାଇଁ କିଛି ସହଯୋଗ ଦେଲେନାହିଁ । ବାସ୍ତବିକ୍ ଏହି ଅସନ୍ତୋଷ ବରିଷ୍ଠ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟରେ ଅଛି । ସୂତ୍ରାନୁସାରେ , ଏହି କାରଣରୁ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ରଣନୀତିକୁ ନିଜେ ସମ୍ଭାଳିବାକୁ ନିଷ୍ପତ୍ତି ନେଇଛି ।

ସୋସିଆଲ ମିଡିଆରେ ପ୍ରଚାର ପାଇଁ ହେବ ରଣନୀତି –
ପ୍ରଦେଶ କଂଗ୍ରେସର ନିକଟ ସୂତ୍ରରୁ ପ୍ରକାଶ , ୧୦ ଜାନୁୟାରୀରୁ ରାହୁଲ୍ ଗାନ୍ଧୀଙ୍କର ଟିମ୍ ଏହା ଉପରେ କାମ ଆରମ୍ଭ କରିଦେବ । ଏବେ କେପିସିସି( କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି )ର ସୋସିଆଲ୍ ମିଡିଆ ୱିଙ୍ଗ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳର ନିୟନ୍ତ୍ରଣରେ । ଏହାର ଦାୟିତ୍ୱ ଏଆଇସିସି ସୋସିଆଲ୍ ମିଡିଆ ଇନଚାର୍ଜ ଓ ଏଠାର ଲୋକପ୍ରିୟ ଅଭିନେତ୍ରୀ ରମ୍ଭାଙ୍କର ଏକ ଟିମ୍ ସମ୍ଭାଳିବେ । ରଣନୀତି , ପ୍ରଚାର ଓ ନିର୍ବାଚନ ଘୋଷଣା ପତ୍ରର ପ୍ରସ୍ତୁତିରେ ସାହାଯ୍ୟ ପାଇଁ ରିସର୍ଚ୍ଚ ୱିଙ୍ଗ୍ କର୍ଣ୍ଣାଟକରେ ପହଁଚିବେ । ଏହାପରେ ଟିମର ସଦସ୍ୟ ବିଭନ୍ନ ଜିଲ୍ଲାରେ ରହିବେ । ଏବଂ ଜିଲ୍ଲା କଂଗ୍ରେସ କମିଟିର ଜରୁରି ଟ୍ରେନିଂ ମଧ୍ୟ ଦେବେ ।

ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଟିମ୍ କାମ କରିବ –
ପ୍ରାର୍ଥୀଙ୍କର ନିର୍ବାଚନ ପାଇଁ କର୍ଣ୍ଣାଟକରେ ଏଆଇସିସିର ଏକ ମହାସଚିବ ଓ ୪ଜଣ ସଚିବ ଆସିବେ । ଏହି ଟିମ୍ ବ୍ୟତୀତ ପ୍ରାର୍ଥୀଙ୍କ ନିର୍ବାଚନ ପାଇଁ ଅଲଗା ଟିମ୍ କାମ କରିବ । ଏଆଇସିସି ଟିମ୍ ଅଲଗା ଅଲଗା ଭାବେ ସର୍ଭେର ରିପୋର୍ଟର ତୁଳନା କରି ଅନ୍ତିମ ନିର୍ଣ୍ଣୟ କରିବେ । ଏହାସହ ପ୍ରଦେଶ ନିର୍ବାଚନ ସମିତର ବୈଠକ ମଧ୍ୟ ହେବ ।

ଜାଣନ୍ତୁ କଣ କୁହନ୍ତି ବିଶ୍ଳେଷକ?
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ୨୦ ଜାନୁୟାରୀରୁ ୨୨ ଜାନୁୟାରୀ ମଧ୍ୟରେ ରାଜ୍ୟରେ ପ୍ରସ୍ତୁତି ପାଇଁ ଆସିବେ । ରାହୁଲଙ୍କ ଆସିବା ପୂର୍ବରୁ ତାଙ୍କର ଟିମ୍ ଏଠାକୁ ଆସି କାର୍ଯ୍ୟକ୍ରମ ଆରମ୍ଭ କରିବେ ।

(ସୌଜନ୍ୟ- ନବଭାରତ ଟାଇମ୍ସ)