ନବୀନ ସରକାରଙ୍କ କଳା କାରନାମାର ତାଲିକା ଦେଲା କଂଗ୍ରେସ : ଇସ୍ତାହାରରେ ଦେଖାଇଲା ୧୬ବର୍ଷରେ ୧୬ କଳଙ୍କ

34

କନକ ବ୍ୟୁରୋ : ନବୀନ ସରକାରର ୧୬ ବର୍ଷର ୧୬ କଳା କାରନାମା । କଳିଙ୍ଗ ନଗର ଗୁଳିକାଣ୍ଡ ଠାରୁ ଆରମ୍ଭ କରି ଚାଷୀ ଆତ୍ମହତ୍ୟା । ଜମି ଦୁର୍ନୀତି ଠାରୁ ନମତରା ପ୍ରସଙ୍ଗ । ଅସଫଳ ଶିଳ୍ପାୟନ ଠାରୁ ରାସନ କାର୍ଡ ଦୁର୍ନୀତି । ପୁଣି ଦାନ ମାଝୀଠୁ ଆରମ୍ଭ କରି ମହିଳାଙ୍କୁ ଅସମ୍ମାନ । ଏମିତି ସବୁ ପ୍ରସଙ୍ଗକୁ ନେଇ ପଂଚାୟତ ମହାସମରକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ ।

ଏହା ସହିତ ମହାନଦୀ ଓ ବିମୁଦ୍ରାକରଣ ପ୍ରସଙ୍ଗକୁ ଇସ୍ତାହାରରେ ସ୍ଥାନ ଦେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଆଉ ଯାହାର ଜବାବ ରଖିଛନ୍ତି ଉଭୟ ଦଳ । ବିଜେପି ଓ ବିଜେଡିର ୯ ବର୍ଷର ମେଂଟ ନଜିର ଦେଇ ନିଜକୁ ବିକଳ୍ପ କହୁଛି କଂଗ୍ରେସ । କିନ୍ତୁ ଗତ କିଛି ଦିନ ଧରି ଅନ୍ତଃର୍ବିବାଦରେ ଛନ୍ଦି ହୋଇପଡିଥିବା କଂଗ୍ରେସକୁ ରାଜ୍ୟବାସୀ କେତେ ଗ୍ରହଣ କରିବେ ତାହା ଆସନ୍ତା ନିର୍ବାଚନ ଫଳାଫଳରୁ ଜଣା ପଡିବ ।