୨୦୧୯ ନିର୍ବାଚନ ବିଜୟ ପାଇଁ କଂଗ୍ରେସର ପ୍ରସ୍ତୁତି : ବିଜୟାଦଶମୀ ପରଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ରଣନୀତି, ଟାର୍ଗେଟରେ ଅଛନ୍ତି ଉଦ୍ୟୋଗପତି

56

କନକ ବ୍ୟୁରୋ : ପାଖେଇ ଆସୁଛି ୨୦୧୯ ଲୋକସଭା ନିର୍ବାଚନ । ଏବେଠାରୁ ରାଜନୈତିକ ଛକାପଞ୍ଚା ଆରମ୍ଭ ହୋଇଗଲାଣି । ସମସ୍ତ ଜାତୀୟ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣାପତ୍ର ପ୍ରସ୍ତୁତି କରିବା ପାଇଁ ସମତି ଗଠନ କରିସାରିଛନ୍ତି । ଆଉ ଏହି ସମିତିର ମୁଖିଆ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ । ଘୋଷଣାପତ୍ର ସମିତି ସହ ସାକ୍ଷାତ ସମୟରେ ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ ଘୋଷଣାପତ୍ର କୋଠରୀରେ ହିଁ ବସି ପ୍ରସ୍ତୁତ କରାଯାଉ । ଘୋଷଣାପତ୍ର କେବଳ ନିଜ ଅନୁସାରେ ନୁହେଁ ବରଂ ଜନତାଙ୍କ ଇଚ୍ଚା ମୁତାବକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏଥିପାଇଁ ଅଲଗା ଅଲଗା ଲୋକଙ୍କ ସହ ସାକ୍ଷାତ କରି ଲୋକଙ୍କ ମନୋଭାବ ପରଖିବା ପାଇଁ ଚେଷ୍ଟା କରନ୍ତୁ ବୋଲି କୁହଯାଇଛି ।

କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ଘୋଷଣାପତ୍ର ସମିତି ନିଜର ପ୍ରାରମ୍ଭିବ ରାଜନୀତିକୁ ଅନ୍ତିମ ରୂପ ଦେଇଛନ୍ତି । ସୂତ୍ର ଅନୁସାରେ ଆଜି ବିଜୟାଦଶମୀ ପରେ ଆସନ୍ତାକାଲି ଘୋଷଣାପତ୍ର ସମିତି ଦେଶବ୍ୟାପୀ ସାକ୍ଷାତ କାର୍ଯ୍ୟକ୍ରମରେ ଆରମ୍ଭ କରିବା ପାଇଁ ନଷ୍ପତି ନେଇଛି । ବିଶଖାପାଟଣାରୁ ଏହି କାର୍ଯ୍ୟକ୍ରମର ଆରମ୍ଭ ହେବ ।

ଏହାପରେ ୨୨ ଅକ୍ଟୋବରରେ ବେଙ୍ଗାଲୁରୁ ଆଉ ଏକ କାର୍ଯ୍ୟକ୍ରମ ରହିଛି । ସେହଦିନ ମୁମ୍ବାଇରେ ଏକ ଶ୍ରମିକ ସଂଗଠନ ସହ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ଏହାପରେ ଉଦ୍ୟୋଗପତିଙ୍କ ସହ ୨୭ ଅକ୍ଟୋବରରେ ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ ଅଛିି । ଆଉ ଏଥପାଇଁ ସ୍ୱତନ୍ତ୍ର ପ୍ରସ୍ତୁତ ଚାଲିଛି । ଉଦ୍ୟୋଗପତିଙ୍କ ସହ ଭେଟିବା ପାଇଁ କମିଟିର ମୁଖିଆ ଚିଦାମ୍ବରମ ମୁମ୍ବାଇଇ ଯିବେ । ଏହିପରି ଭାବେ ଘୋଷଣାପତ୍ର ସମିତି ୨୦୧୯ ପାଇଁ କଂଗ୍ରେସ ପାଇଁ ଘୋଷଣାପତ୍ର ତିଆରି କରିବ ।