ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଚାଲିଛି ବିଧାୟକ ଦଳ ବୈଠକ : ନେତା ବାଛିବା ପାଇଁ ନିଆଯାଉଛି ଲିଖିତ ରାୟ । ସନ୍ଧ୍ୟା ସୁଧା ହେବ ଘୋଷଣା 

ସେପଟେ ମୁଖ୍ୟମନ୍ତ୍ରୀ ବାଛିବାକୁ ଛତିଶଗଡରେ ବି ଆଜି ବସିବ ସିଏଲପି ବୈଠକ ।

117

କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଏଥିପାଇଁ ଜୟପୁରରେ ବସିଛି ବିଧାୟକ ଦଳ ବୈଠକ । ବିଧାୟକମାନେ ସେମାନଙ୍କର ନେତା ଚୟନ କରିବା ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଧାୟକମାନଙ୍କ ଠାରୁ ସେମାନଙ୍କ ରାୟ ଲିଖିତ ଭାବେ ନିଆଯାଉଛି । ସନ୍ଧ୍ୟାସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ସମ୍ଭାବନା ରହିଛି ।  ଦୌଡରେ ଅଛନ୍ତି ଅଶୋକ ଗେହଲଟ ଓ ସଚିନ ପାଇଲଟ । ରାଜସ୍ଥାନ କଂଗ୍ରେସ ଓ ସହଯୋଗୀଙ୍କୁ ୧୦୧ ଆସନ ମିଳିଛି ।  ସେହିଭଳି ଛତିଶଗଡରେ ବି ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସୁଛି । ଏଠାରେ ନବ ନିର୍ବାଚିତ ବିଧାୟକ ନୂଆ ନେତାଙ୍କୁ ବାଛିବେ ।  ରାଜ୍ୟରେ କଂଗ୍ରେସକୁ ଦୁଇ-ତୃତୀୟାଂଶ ବହୁମତ ମିଳିଛି । କଂଗ୍ରେସ ମୁଖ୍ୟମନ୍ତ୍ରୀ ଦୌଡରେ ୩ ଜଣ ଅଛନ୍ତି । ଆଉ ଏହାରି ଭିତରେ ଜୋର ଧରିଛି ଚର୍ଚା, କାହା ହାତରେ ରହିବ ରାଜ୍ୟର ଦାୟିତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ?

ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜସ୍ଥାନ ରାଜ୍ୟ କଂଗ୍ରେସ ସଚିନ୍ ପାଇଲଟ୍ । ଏହା ସହିତ କହିଛନ୍ତିି କଂଗ୍ରେସର ନିର୍ବାଚିତ ବିଧାୟକମାନେ ଯାହାକୁ ନେତା ବୋଲି ବାଛିବେ ସେ ମୁଖ୍ୟମନ୍ତ୍ରୀ ହେବେ । ଏବଂ ଆଜି ସନ୍ଧ୍ୟା ସୁଧା କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇଯିବ ।