ବ୍ୟକ୍ତିଗତ ସ୍ତରରେ ପହଂଚିଲା ବିଜେଡି-କଂଗ୍ରେସ କଳି ! ମନ୍ତ୍ରୀ ଦାମ ରାଉତଙ୍କୁ ଅଯୋଗ୍ୟ ଅପଦାର୍ଥ ବୋଲି କହିଲେ କଂଗ୍ରେସ ନେତ୍ରୀ ସୁଲୋଚନା ଦାସ

64

କନକ ବ୍ୟୁରୋ : ବ୍ୟକ୍ତିଗତ ସ୍ତରକୁ ଯାଇଛି କଂଗ୍ରେସ-ବିଜେଡି କଳି । ଆଜି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ସୁଲୋଚନା ଦାଶ । ମନ୍ତ୍ରୀ ଦାମୋଦର ରାଉତଙ୍କୁ ସେ ଅଯୋଗ୍ୟ ଓ ଅପାରଗ ବୋଲି କହିଛନ୍ତି । ଏପରିକି ଜଣେ ମନ୍ତ୍ରୀ ଭାବେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ସୁଲୋଚନା । ଗତକାଲି ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ ମନ୍ତ୍ରୀ ଦାମ ରାଉତ ସୁଲୋଚନାଙ୍କୁ ଟାର୍ଗେଟ କରିଥିଲେ ।