ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆମରଣ ଅନଶନ, ଇସ୍ତଫା ଫେରାଇନେବାକୁ କଲେ ଦାବି

370

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦିଅନ୍ତୁ ସେଥିପାଇଁ ଦଳର ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ପାର୍ଟିର କାର୍ଯ୍ୟକର୍ତ୍ତା ତାଙ୍କୁ ମନାଇବାକୁ ଲାଗିଛନ୍ତି । ପାର୍ଟିର ବଡ ବଡ ନେତା ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ମନେଇବାକୁ ଚାହୁଁଛନ୍ତି ତ କେଉଁଠି କାର୍ଯ୍ୟକର୍ତ୍ତା ନିଜ ନିଜ ହିସାବରେ ମନାଉଛନ୍ତି । ଆଜି ନୂଆଦିଲ୍ଲୀରେ ତୁଗଲକ ଲେନ୍ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଆମରଣ ଅନଶନରେ ବସିଛନ୍ତି । ଏବଂ ଇସ୍ତଫା ଫେରାଇନେବାକୁ ଦାବି କରୁଛନ୍ତି । ତାଙ୍କ କହିବାନୁସାରେ, ରାହୁଲ ଗାନ୍ଧୀ କ୍ଷୁବ୍ଧ ଅଛନ୍ତି ଓ ଏପର୍ଯ୍ୟନ୍ତ ଇସ୍ତଫା ପତ୍ର ଫେରାଇ ନାହାଁନ୍ତି ।

 

କର୍ଣ୍ଣାଟକର ବାଙ୍ଗାଲୁରୁରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ଇସ୍ତଫା ଫେରାଇନେବା ପାଇଁ ପାର୍ଟି ଅଫିସ ବାହାରେ ପ୍ରଦର୍ଶନ କରୁଛନ୍ତି । ଏହି କାର୍ଯ୍ୟକର୍ତ୍ତାଙ୍କ କହିବାନୁସାରେ, ଯେପର୍ଯ୍ୟନ୍ତ ରାହୁଲ ନମାନନ୍ତି ସେପର୍ଯ୍ୟନ୍ତ ସେମାନେ ଧାରଣାରେ ବସିଥିବେ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମନେଇବା ପାଇଁ ୟୁପିର କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ରକ୍ତରେ ଚିଠି ଲେଖି ଇସ୍ତଫା ନଦେବା ପାଇଁ ଦାବି କରୁଛନ୍ତି । କାର୍ଯ୍ୟକର୍ତ୍ତା କହିଥିଲେ କି, “ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁନି, ଆମେ ମିଶିକି ପାର୍ଟି ଛିଡା କରିବୁ । ପାର୍ଟି ପାଇଁ କାମ କରିବୁ ।”