ଜେଲରେ ପ୍ରଦୀପ ମାଝୀଙ୍କ ଅନଶନ : ବାହାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

20

ଉମରକୋଟ୍ : ଜେଲ ଭିତରେ ପ୍ରଦୀପ ମାଝୀ ଓ କଂଗ୍ରେସ କର୍ମୀଙ୍କ ଅନଶନ ଆଉ ବାହାରେ ଉମରକୋଟ୍ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ତୁରନ୍ତ ପ୍ରଦୀପ ମାଝୀ ଓ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଜେଲରୁ ମୁକୁଳାଇବା ଦାବିରେ ଜେଲ ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଏଭଳିକି ଜେଲ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଅନଶନ ଚଲାଇଥିବା ୩ କଂଗ୍ରେସ କର୍ମୀ ଅସୁସ୍ଥ ଥିବାରୁ ଉମରକୋଟ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକତ୍ସା ଚାଲିଛି । ରେଂଜରଙ୍କୁ ମାଡ ମାରିବା ଘଟଣାରେ ଗତ ୨୬ ତାରିଖରୁ ପ୍ରଦୀପ ମାଝୀଙ୍କ ସମେତ ୧୭ କଂଗ୍ରେସ କର୍ମୀ ଅନଶନ ଚଲାଇଛନ୍ତିି ।