ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ସାମ୍ବାଦିକ ସମ୍ମିଳନୀ : ଆସନ୍ତାକାଲି ଓଡିଶା କଂଗ୍ରେସ ପ୍ରକାଶ କରିପାରେ ନିର୍ବାଚନୀ ଇସ୍ତାହାର

280

ଆଜି କଂଗ୍ରେସ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରୀୟ ନେତା ପ୍ରିୟଙ୍କା ଚତୁର୍ବେଦୀ । କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଂଟି ଦେବା ସହ ଋଣ ନସୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ ଓ ୨୨ଲକ୍ଷ ସରକାରୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଏଥିସହ ଆସନ୍ତାକାଲି ଓଡିଶା କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ । ଏଥିପାଇଁ ଛତିଶଗଡ ଢାଂଚାରେ ଲୋକଙ୍କ ମତାମତ ଲୋଡାଯାଇଥିଲା । କ୍ଷମତାକୁ ଆସିଲେ କଂଗ୍ରେସ କୃଷକଙ୍କ ଋଣଛାଡ କରିବ ବୋଲି ସୂଚନା ଦେଇଥିଲେ ପିସିସି ସଭାପତି । କଂଗ୍ରେସ ଘୋଷଣାପତ୍ରରେ ଏହାକୁ ପ୍ରାଥମିକତା ଦେଇପାରେ ।

ସେପଟେ ଲୋକସଭା ନିର୍ବାଚନ ପାଇଁ ମିଶନ ଦକ୍ଷିଣରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର କେରଳର ୱାଇନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଏଥିପାଇଁ ୱାଇନାଡରେ ପହଂଚି ନାମାଙ୍କନ ଦାଖଲ କରିଛନ୍ତି ରାହୁଲ । ଆଜି ସେ କେରଳରେ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ସହ ପହଂଚିଥିଲେ । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିରାଟ ରୋଡ ସୋ’ କରୁଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଚଳିତ ନିର୍ବାଚନରେ ରାହୁଲ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଉତ୍ତର ପ୍ରଦେଶର ଆମେଠି ସହ କେରଳର ୱାଇନାଡରୁ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ରାହୁଲ ।