କଂଗ୍ରେସ ନେତାଙ୍କ ସ୍ୱଚ୍ଛ ଭାରତ ଅଭିଯାନ ! ନବରଙ୍ଗପୁର ସହରର ସମସ୍ତ ଅଳିଆକୁ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଫିଙ୍ଗିଲେ ।

37

କନକ ବ୍ୟୁରୋ : ନବରଙ୍ଗପୁର ପୋ÷ରପାଳିକାର ପରିମଳ ଅବ୍ୟବସ୍ଥାକୁ ନେଇ ଅଭିନବ ପ୍ରତିବାଦ । ଅଳିଆ ସଫା କରିବା ବଦଳରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅଳିଆ ଫଙ୍ଗିଲେ କଂଗ୍ରେସ କର୍ମୀ । ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ସହରର ସୁପରମାର୍କେଟରେ ଅଳିଆ ସଫାକରିଥିଲେ । ସମସ୍ତେ ଭାବିଥିଲେ ଯାହା ହେଉ ମାର୍କେଟରୁ ଅଳିଆ ତ ସଫା ହୋଇଗଲା । କିନ୍ତୁ ତା ପରର ଦୃଶ୍ୟ ଥିଲା ବେଶ୍ ରୋମାଞ୍ଚକର । ସହରରେ ପରିମଳ ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟ କରୁନଥିବାରୁ ତାର ପ୍ରତିବାଦରେ ୨ ଘଣ୍ଟା ପାଇଁ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଶେଷରେ ସଫା କରିଥିବା ଅଳିଆକୁ ଏକ ଟ୍ରାକ୍ଟରରେ ଲଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଙ୍ଗିଛନ୍ତି ।

ତା ସହିତ ସେ କହିଛନ୍ତି ସହରର ପରିମଳ ବ୍ୟବସ୍ଥାକୁ ଜିଲ୍ଳା ପ୍ରଶାସନର ଅଧିକାରୀ, ମ୍ୟୁନିସପାଲଟି ଅଧିକାରୀ ଓ ଜନ ପ୍ରତିନିଧି ମାନେ ସମ୍ପୂର୍ଣ୍ଣ ଭାବେ ଗନ୍ଧମୟ କରି ଦେଇଛନ୍ତି । ନବରଙ୍ଗପୁର ସହରକୁ ମଶା ମାଛିର ସହର କରି ଦେଇଛନ୍ତି । ଏଣୁ ସହରର ସମସ୍ତ ଅଳିଆକୁ ଜିଲ୍ଲା ଅଧିକାରୀଙ୍କ ଘରେ ପକାଇଛୁ । ଯଦି ଏହାପରେ ମଧ୍ୟ ଜିଲ୍ଳା ପ୍ରଶାସନର ଚେତା ନ ପଶେ ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ।