ରାଜ୍ୟ କଂଗ୍ରେସକୁ ସଜାଡିବା ଲାଗି ଦିଲ୍ଲୀରେ କସରତ ! ରାହୁଲଙ୍କୁ ଭେଟିବା ପରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା

20

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସକୁ ସଜାଡିବା ଲାଗି ଦିଲ୍ଲୀରେ କସରତ ଚାଲିଛି । ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଭୁବନେଶ୍ୱର ଫେରିବା ପରେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏଆଇସିସିର ଓଡିଶା ପ୍ରତି ଦୃଷ୍ଟି ଫେରିଛି ।

ରାହୁଲ ଗାନ୍ଧି ଓଡିଶା କଂଗ୍ରେସକୁ ଗୁରୁତ୍ୱର ସହ ନେଇଛନ୍ତି । ନବୀନଙ୍କ ଇଙ୍ଗିତରେ ପିସିସି ସଭାପତି ପଦ ଦିଆଯାଉଛି ବୋଲି ହେଉଥିବା ଆଲୋଚନାକୁ ସେ ଅମୂଳକ ବୋଲି କହିଛନ୍ତି । ବିଜେପି ପ୍ରତି ଆକ୍ଷେପ କରି ନିରଞ୍ଜନ କହିଛନ୍ତି, ନିଜର ଶକ୍ତି ନାହିଁ ବୋଲି ଅନ୍ୟ ଦଳର ନେତାଙ୍କୁ ନିଆଯାଉଛି ।

ଯେଉଁ ନେତାମାନେ ଦଳତ୍ୟାଗ କରୁଛନ୍ତି ସେମାନଙ୍କ ନୀତି ଆଦର୍ଶ ନାହିଁ । ରାହୁଲ ଯାହା ଉପଦେଶ ଦେଲେ ତାକୁ ମାନି ରାଜ୍ୟ କଂଗ୍ରେସ ମଙ୍ଗଳ ପାଇଁ ସବୁ ନେତାଙ୍କୁ ଏକାଠି ହେବାକୁ ପଡିବ ବୋଲି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।