ସ୍ପଷ୍ଟ ଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ହତ୍ୟା : ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

260

କନକ ବ୍ୟୁରୋ : ହରିୟାଣାରେ କଂଗ୍ରେସ ପ୍ରବକ୍ତାଙ୍କୁ ହତ୍ୟା । ହରିୟାଣା ଫରିଦାବାଦର କଂଗ୍ରେସ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା । ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ବିକାଶ ଚୌଧୁରୀଙ୍କୁ ୮ରୁ ୧୦ ଟି ଗୁଳି ମାରି ହତ୍ୟା କରିଛନ୍ତି । ସିସିଟିଭିରେ କଏଦ୍ ହୋଇଛି ପୁରା ଘଟଣା । ଗୁଳିମାଡ଼ ପରେ ବିକାଶଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ସର୍ବସମ୍ମୁଖରେ କଂଗ୍ରେସ ନେତାଙ୍କୁ ହତ୍ୟା ପରେ ଫରିଦାବାଦ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ବିକାଶଙ୍କୁ ଗୁଳିମାଡ଼ କରିଛନ୍ତି । ବିକାଶ ଜିମ ଯିବା ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଛି । ସକାଳ ୯ଟା ୨ ମିନଟରେ ଏହି ହତ୍ୟାକାଣ୍ଡ ଘଟିଛି । ଜିମ ଯିବା ରାସ୍ତାରେ ବିକାଶ ଗାଡ଼ିରୁ ଓହ୍ଲାଇବା ପରେ ବିକାଶଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବିକାଶଙ୍କୁ ଲକ୍ଷ୍ୟ କରି ପ୍ରାୟ ୧୦ରୁ ୧୨ ଟି ଭୁଳି ବର୍ଷା କରିଥିିଲେ । ପୋଲିସି ସିସିଟିଭି ଆଧାରେ ଅପରାଧୀଙ୍କ ଛାନଭିନ୍ କରୁଛି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ । ରାଜ୍ୟରେ ଜଙ୍ଗଲରାଜ ଚାଲିବା ସହ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ କରିଛି କଂଗ୍ରେସ ।