ଭୁଶୁଡୁଛି କଂଗ୍ରେସ୍ ! ଦଳ ଛାଡିବାକୁ ଘୋଷଣା କଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ

32

କନକ ବ୍ୟୁରୋ : କଂଗ୍ରେସ୍ ଛାଡିବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ । ଆଜି ଏନେଇ ଘୋଷଣା କରିଛନ୍ତି ଭବାନୀପାଟଣାର ଏହି କଂଗ୍ରେସ୍ ନେତା । ଜିଲ୍ଲାରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କ ନିର୍ବାଚନ ମଣ୍ଡଳିରେ ଗତ ପଂଚାୟତ ନିର୍ବାଚନରେ ଦଳ ସଫଳତା ହାସଲ କରିପାରିନାହିଁ । ଏନେଇ ତାଙ୍କ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସେମାନଙ୍କ ମତାମତ ଅନୁସାରେ ଖୁବ୍ ଶୀଘ୍ର ସେ କଂଗ୍ରେସ୍ ଛାଡିବେ ବୋଲି କହିଛନ୍ତି ।

ଅନ୍ୟପଟେ ରାଜ୍ୟର କୌଣସି ନେତା ଦଳର ବିଫଳତା ନେଇ ଚିନ୍ତିତ ନଥିବା ସେ ପ୍ରତିକ୍ରିୟାରେ କହିଛନ୍ତି । ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଜୋର ଧରିଥିବା ବେଳେ ଏନେଇ ଦଳର ସୁପ୍ରିମୋ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏପଟେ ଜଣେ ପରେ ଜଣେ କଂଗ୍ରେସ୍ ନେତା ଦଳ ଛାଡୁଛନ୍ତି ।