ପଦାରେ ପଡୁଛି ରାଜ୍ୟ କଂଗ୍ରେସର ଦଳୀୟ କନ୍ଦଳ : କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପୁଣି ଥରେ ଭଙ୍ଗାରୁଜା । ତେବେ କିଏ ଏହି ଭଙ୍ଗାରୁଜା କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କଂଗ୍ରେସର ଗୋଷ୍ଠୀ କନ୍ଦଳ ବଢୁଥିବାବେଳେ କେହି ଅସନ୍ତୁଷ୍ଟ କର୍ମୀ ଏହି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ମଧ୍ୟ ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ଏଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପୋଷ୍ଟର ଚିରି ଦିଆଯିବା ସହ ଝରକା କାଚ ଭଙ୍ଗାରୁଜା ହୋଇଥିଲା । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କୁ ଛାତ୍ର କଂଗ୍ରେସ ବିରୋଧ କରିବା ପରେ କଂଗ୍ରେସ ରାଜନୀତି ସରଗରମ ରହିଥିଲା । କଂଗ୍ରେସ ଭବନରେ ଏପରି ଭଙ୍ଗାରୁଜା ପରେ ଗୋଷ୍ଠୀ ବିବାଦ ଆହୁରି ଘନେଇଥିବା ଅନୁମାନ କରାଯାଉଛି ।