ପ୍ରଥମେ ନେତା ଏବେ ବ୍ୟାଙ୍କ୍ ! ଦୁର୍ନୀତି ଅଭିଯୋଗରେ ସମବାୟ ବ୍ୟାଙ୍କରେ କଂଗ୍ରେସ ମାରିଲା ଅଣ୍ଡା

57

କନକ ବ୍ୟୁରୋ : ନେତାଙ୍କ ପରେ ବ୍ୟାଙ୍କ । ମାଡ ହେଲା ଅଣ୍ଡା ଓ ଟମାଟୋ । ନିଯୁକ୍ତି ଦୁର୍ନୀତିକୁ ନେଇ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଘେରିଛି ବିରୋଧୀ । ବ୍ୟାଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି କଂଗ୍ରେସ କର୍ମୀ । ଭିଜିଲାନ୍ସ ତଦନ୍ତ ନୁହେଁ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ଦଳ ।

ବ୍ୟାଙ୍କ ବିରୋଧରେ ରହିଛି ଅନେକ ଅଭିଯୋଗ । ହେଲେ ସବୁଠୁ ବଡ ହେଉଛି ନିଯୁକ୍ତି ଦୁର୍ନୀତି । ବ୍ୟାଙ୍କ ଅଧୀନରେ ଥିବା କୋରାପୁଟ, ମାଲକାନଗିରି ଓ ରାୟଗଡାର ୪୧ ଟି ଲ୍ୟାମ୍ପସରେ ଏହି ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି । ଏପରିକି ଅଭିଯୋଗର ଭିଜିଲାନସ ତଦନ୍ତ କରୁଛି । ଖାଲି ସେତିକି ନୁହେଁ ଚାଷୀଙ୍କ ମଣ୍ଡି ଦୁର୍ନୀତିରେ ବି ବ୍ୟାଙ୍କ ସହାୟତା କରିଥିବା ଅଭିଯୋଗ ହୋଇଛି ।

ପ୍ରଥମେ ନେତା ଏବେ ବ୍ୟାଙ୍କ୍ । ବିରୋଧ ପ୍ରଦର୍ଶନ ପାଇଁ ଅଣ୍ଡା ସାଜିଛି ମାଧ୍ୟମ । ତେବେ ବ୍ୟାଙ୍କ ଉପରକୁ ଅଣ୍ଡାମାଡ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜୟପୁର ଜନତା ।