ପରଦା ପଛର ନାୟକ କିଏ ? ପ୍ରସାଦ ଅଜାଣତରେ ଏଆଇସିସିରେ ଏଣ୍ଟ୍ରି , ୯ ବିଧାୟକଙ୍କ ବିରୋଧରେ କିଏ କଲା ଷଡଯନ୍ତ୍ର !

38

କନକ ବ୍ୟୁରୋ : ଏଆଇସିସି ସଦ୍ୟ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛନ୍ତି ଯାଜପୁରରେ ଜିଲ୍ଲା ପରିଷଦ ନିର୍ବାଚନ ଲଢି ହାରିଥିବା ଦୀପ୍ତିମୟୀ ମିଶ୍ର । କୁହାଯାଉଛି ଓଡିଶାରୁ ଯାଇଥିବା ତାଲିକାରେ ତାଙ୍କର ନାଁ ନଥିଲା । ସେହିପରି ଏକାଧିକ ପରିବାର ଦୁଇ ଦୁଇ ଜଣ ସଦସ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଯାହା ପିସିସି ସଭାପତି ପ୍ରସାଦ କ୍ୟାମ୍ପକୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ପ୍ରସାଦକୁ ବିରୋଧ କରୁଥିବା ୯ ବିଧାୟକ ତାଲିକାରେ ସ୍ଥାନ ନପାଇବା ପଛରେ ପ୍ରସାଦଙ୍କ ଗୋଟି ଚାଳନା ଅଛି ବୋଲି ଚର୍ଚା ହେଉଛି । କିନ୍ତୁ ପ୍ରସାଦଙ୍କ ଅଜାଣତରେ ପ୍ରାଥମିକ ତାଲିକାରୁ ନାଁ କରିବା ଏବଂ ସୁପାରିଶ ତାଲିକା ବାହାରୁ ନେତାଙ୍କୁ ସ୍ଥାନ ମିଳିବା ଆଉ ଏକ ସନ୍ଦେହ ସୃଷ୍ଟି କରିଛି ।

ଓଡ଼ିଶା ପାଇଁ ପ୍ରସ୍ୁତ ହୋଇଥିବା ଏଆଇସିସି ତାଲିକା ପାଇଁ କାହାର ପରାମର୍ଶକୁ ଗ୍ରହଣ କଲେ ରାହୁଲ ? ଏବେ ଏଭଳି କିଛି ପ୍ରଶ୍ନକୁ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା । କାରଣ ଏଭଳି ଅନେକ ସଦସ୍ୟ ଏଆଇସିସି ତାଲିକାରେ ସ୍ଥାନ ପାଇଛନ୍ତି ଯାହାଙ୍କର ନାମ ପିସିସି ପକ୍ଷରୁ ସୁପାରିଶ ମଧ୍ୟ କରାଯାଇନଥିଲା । ଏପରିକି ସୂଚନା ଅନୁସାରେ ପିସିସି ସଭ୍ୟ ନଥିବା କର୍ମୀଙ୍କୁ ମଧ୍ୟ କରାଯାଇଛି ଏଆଇସିସି ସଭ୍ୟ ।କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ମଧ୍ୟ ସେହି ଚର୍ଚ୍ଚା ଯେ, ଓଡିଶା ବ୍ୟାପାରରେ କଂଗ୍ରେସ ହାଇକମାଣ୍ଡଙ୍କୁ ଆଉ କେହି ତୃତୀୟ ବ୍ୟକ୍ତି ପରାମର୍ଶ ଦେଉଛନ୍ତି କି ?

ସୂଚନା ଅନୁସାରେ ଏଆଇସିସି ସଭ୍ୟ ଚୟନ ପାଇଁ ରାହୁଲଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ ପିସିସି ପକ୍ଷରୁ ୧୦୪ଜଣଙ୍କ ନାଁ ସୁପାରିଶ କରାଯାଇଥିଲା । କିନ୍ତୁ ଏହି ତାଲିକାରେ ନଥିବା ନେତାଙ୍କୁ ମିଳିଛି ଏଆଇସିସି ସଭ୍ୟ ପଦ । ଗତ ପଂଚାୟକ ନିର୍ବାଚନରେ ଲଢି ପରାଜିତ ହୋଇଥିବା ଜାଯପୁର ଜିଲ୍ଲାର ଦିପ୍ତିମୟୀ ମିଶ୍ରଙ୍କୁ ମିଳିଛି ଏହି ପଦ ଯିଏ ପିସିସି ସଭ୍ୟ ମଧ୍ୟ ନଥିଲେ । ଜନତାଙ୍କ ଦ୍ୱାରା ନିର୍ବାଚିତ ୯ ବିଧାୟକଙ୍କୁ ସଭ୍ୟ ପଦ ମିଳିନଥିବା ବେଳେ ୩ପରିବାରର ଦୁଇ ଦୁଇ ଜଣଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଯେପରିକିବିରୋଧୀଦଳ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ।ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା ଓ ନବରଙ୍ଗପୁର ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଓ ତାଙ୍କ ଝିଅ ମନଷା ତ୍ରୀପାଠୀ ।  ଏସବୁ ଭିତରେ ଏବେ ୯ଜଣ ବିଧାୟକଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଏଆଇସିସି ତାଲୀକାରୁ ବାଦ ପଡିବା ଘଟଣାକୁ ଯେମାନେ ସ୍ୱଭାବିକ ଭାବେ ଗ୍ରହଣ କରୁଛନ୍ତି ନା ବିଦ୍ରୋହ ଘୋଷଣା କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।