ବେଙ୍ଗଲୁୁରୁରେ ପରେଡ୍ କଲେ ଗୁଜରାଟର କଂଗ୍ରେସ ବିଧାୟକ ! ବିଜେପି ବିରୋଧରେ ଅଭିଯୋଗ, କ୍ରସ ଭୋଟିଂ ପାଇଁ ୨୨ ବିଧାୟକଙ୍କୁ ଯାଚିଛି ୧୫ କୋଟି

22

କନକ ବ୍ୟୁରୋ : ବେଙ୍ଗଲୁୁରୁରେ ପରେଡ୍ କଲେ ଗୁଜରାଟର କଂଗ୍ରେସ ବିଧାୟକ । ଗୁଜରାଟରୁ ବେଙ୍ଗଲୁୁରୁର ଏକ ରିସୋର୍ଟକୁ ଆଣି ୪୪ ଜଣ ଦଳୀୟ ବିଧାୟକଙ୍କୁ ପରେଡ୍ କରାଇଛି କଂଗ୍ରେସ । ଏହି ଅବସରରେ ନିଜ ଦଳୀୟ ବିଧାୟକମାନେ ଅସନ୍ତୁଷ୍ଟ ଥିବା ଖବରକୁ ଖଣ୍ଡନ କରିଛି କଂଗ୍ରେସ । ଏହା ସହ ତାଙ୍କ ବିଧାୟକମାନଙ୍କୁ ଲାଂଚ ଦେଇ ବିଜେପି କିଣିବାକୁ ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଗ କରିଛି ।

ଗୁଜରାଟରେ ଅଗଷ୍ଟ ୮ରେ ତିନିଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେପି କଂଗ୍ରେସର ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ କରିଥିବା ଦାବି କରିଛନ୍ତି ଦଳୀୟ ମୁଖପାତ୍ର ଶକ୍ତିସିଂହ ଗୋହିଲ । ଆଗାମୀ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ ୨୨ ଜଣ କଂଗ୍ରେସ ବିଧାୟକଙ୍କୁ ବିଜେପି ୧୫ କୋଟି ଟଙ୍କା ଯାଚିଥିବା କଂଗ୍ରେସ ଦାବି କରିଛି । ୬ ଜଣ ବିଧାୟକ ଦଳ ଛାଡି ଯିବା ପରେ ଅନ୍ୟ ୪୪ ଜଣ ବିଧାୟକଙ୍କୁ ଏକାଠି ରଖିବାକୁ ଗୁଜରାଟରୁ ବେଙ୍ଗଲୁୁରୁକୁ ନେଇଆସିଛି କଂଗ୍ରେସ ।