୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ କସରତ : ଅଗଷ୍ଟ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ

2

କନକ ବ୍ୟୁରୋ : କଂଗ୍ରେସ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଯେଉଁଭଳି ଭାବେ ପୂର୍ବରୁ ଘୋଷଣା କରିଥିଲେ, ତାହା ଆଜି ଆଉ ପାଦେ ଆଗକୁ ଯାଇଛି । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ କଂଗ୍ରେସର ସ୍କ୍ରିନିଂ କମିଟି ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

image courtesy – www.ndtv.com

ଓଡ଼ିଶା କଂଗ୍ରେସ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରୂପେ ଭିଡି ସାଥେସାନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜିତନ୍ ପ୍ରସାଦ ଓ ନୌସାଦ ସୋଲାଙ୍କିଙ୍କୁ ସଭ୍ୟ ଭାବେ ନିଯୁକ୍ତି କରାଯାଇଛି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଏହି କମିଟି ସାହାଯ୍ୟ କରିବ । ତେବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ କହିଛନ୍ତି- ଏହାଦ୍ୱାରା କଂଗ୍ରେସ ପୂର୍ବ ଘୋଷଣା ମୁତାବକ ଅଗଷ୍ଟ ମାସ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀ ଘୋଷଣା କରିଦେବ ।

Comments are closed.