କଂଗ୍ରେସ ଦୁର୍ଗରୁ ଇଟା ଖସିଲା ! ଇସ୍ତଫା ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା ।

24

କଂଗ୍ରେସର ହାତ ଛାଡିଲେ ଭାବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ । ପୂର୍ବରୁ ବାରମ୍ବାର ଦଳ ତାଙ୍କ ପ୍ରତି ଅନ୍ୟାୟ କାରୁଥିବା କହିଥିଲେ ଦୁଷ୍ମନ୍ତ । ଦଳ ମଧ୍ୟରୁ ଧୋକାର ଶିକାର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ । ଏଥିପାଇଁ ଏଭଳି ଚରମ ପଦକ୍ଷେପ ନେଇ ସେ ଇସ୍ତଫା ଦେଇଥିବା ସୁଚନା ମିଳିଛି । ତେବେ ଖୁବ ଶୀଘ୍ର ସେ ବିଜେଡିରେ ଯୋଗଦେବା ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଆରମ୍ଭ ହେଲାଣି ।

ଧୀରେ ଧୀରେ ଦୁର୍ବଳ ହେଉଛି ରାଜ୍ୟ କଂଗ୍ରେସର ସ୍ଥିତି । ଗତ କିଛି ଦିନ ତଳେ ବରଗଡର ଟାଣୁଆ କଂଗ୍ରେସ ନେତା ଭାବେ ଜଣାଶୁଣା ପିସିସି ସଭ୍ୟ ସୁଶାନ୍ତ ମିଶ୍ର ବିଜେପିରେ ଯୋଗ ଦେଇଥିଲେ । ଆଜି ଭବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସ ହାତ ଛାଡିବା ପରେ କଂଗ୍ରେସର ସାଂଗଠନିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଭୁସୁଡି ପଡିଥିବା ଜଣାପଡୁଛି । ତେବେ ଦଳରେ ଏଭଳି ଅସନ୍ତୋଷ ଏବଂ ଦଳର ନେତାମାନେ ହାତ ଛାଡିବା ଆଗକୁ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ । ଗତ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାୟକଙ୍କ ଠାରୁ ୨ ହଜାର ୧୯୫ଟି ଭୋଟରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ କଂଗ୍ରେସର ଦୁଷ୍ମନ୍ତ ନାୟକ । ତେବେ ଆଜି ସେ ବିଦ୍ଧିବଦ୍ଧଭାବେ ଇସ୍ତଫା ଦେଇଥିବା ଜଣାପଡିଛି । ନିଜ ନିର୍ବାଚନ ମଣ୍ଡଳୀ ସଜାଡିବାବେଳେ କେତେକ କର୍ମୀ ତାଙ୍କୁ ପଛପଟୁ ଛୁରା ମାରି ଧୋକା ଦେଇଥିବା ଯୋଗୁଁ ଏଭଳି ଚରମ ନିଷ୍ପତି ନେଇଥିବା ସୁଚନା ମିଳିଛି । ଏବେ ଦୁଷ୍ମନ୍ତ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।