କଂଗ୍ରେସ ପାଖରେ ଟଙ୍କାର ଅଭାବ ! ନେତା ଓ ମନ୍ତ୍ରୀଙ୍କ ସ୍ନାକ୍ସ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ, ପ୍ରାର୍ଥୀଙ୍କୁ ଦେଇପାରୁନି ଟଙ୍କା

50

ସଙ୍କଟରେ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ କିପରି ୨୦୧୯ ନିର୍ବାଚନ ଲଢିବ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଏପରିକି ରାଜ୍ୟ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ପଠାଯାଉଥିବା ଫଣ୍ଡ ଗତ ୫ମାସ ହେଲା ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି ।

୨୦୧୯ରେ କାହା ହାତକୁ ଯିବ ଶାସନ ଡୋର? କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ଉତ୍ସାହିତ କଂଗ୍ରେସ ଏହାକୁ ନୂଆ ଆରମ୍ଭ ବୋଲି ମାନୁଛି । ତେବେ ୨୦୧୯ରେ ବିଜେପି ବିରୋଧରେ ଲଢି ଶାସନ ଗାଦି ହାତେଇବା କଂଗ୍ରେସ ପାଇଁ ବେଶ କାଠିକର ପାଠ ହେବ । କାହିଁକି ନା ଗତ ୫ମାସ ହେଲା ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ ।

inancial-crisis-threatens-congress-plans-to-topple-pm-modi-in-2019ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନିକଟରେ ନଗଦର ଅଭାବ ଦେଖାଦେଇଛି । ରାଜ୍ୟ କାର୍ଯ୍ୟାଳୟ ପରିଚାଳନା ପାଇଁ ଦିଆଯାଉଥିବା ଫଣ୍ଡ ଗତ ୫ମାସ ହେଲା କଂଗ୍ରେସ ହାଇକମାଣ୍ଡ ବନ୍ଦ କରିଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଆର୍ଥିକ ସମସ୍ୟାରୁ ବାହାରିବା ପାଇଁ ଅଧିକାରୀଙ୍କ ଖର୍ଚ୍ଚକାଟ ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କଂଗ୍ରେସ କର୍ମୀ ଓ ନେତାଙ୍କୁ ନିଜ ଯୋଗଦାନ ବଢାଇବାକୁ କୁହାଯାଇଛି ।

congressଶିଳ୍ପପତିଙ୍କ ଠାରୁ ଦଳକୁ ମିଳୁଥିବା ଫଣ୍ଡ ଏଣିକି ଆଉ କଂଗ୍ରେସ ଖାତାକୁ ଯାଉନାହିଁ । ନଗଦ ଟଙ୍କାର ଏତିକି ସମସ୍ୟା ଦେଖାଦେଇଛି ଯେ, ପ୍ରାର୍ଥୀଙ୍କ ପାଇଁ ଫଣ୍ଡ ଯୋଗାଡ କରିବା ମଧ୍ୟ କାଠିକର ପାଠ ହୋଇଯାଇଛି । କଂଗ୍ରେସ ପାର୍ଟିର ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ମଧ୍ୟ ସ୍ୱିକାର କରିଛନ୍ତି ଯେ, ଦଳ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ । ତାଙ୍କ କହିବା ଅନୁଯାୟୀ ବିଜେପି ତୁଳନାରେ କଂଗ୍ରେସକୁ ଇଲେକ୍ଟୋରାଲ ବଣ୍ଡ୍ ମଧ୍ୟ ମିଳୁନାହିଁ । ତେବେ ଏଥିପାଇଁ ଅନଲାଇନ ଉତ୍ସରୁ କଂଗ୍ରେସକୁ ଟଙ୍କା ଯୋଗାଡ କରିବାକୁ ପଡିପାରେ ବୋଲି ଦିବ୍ୟା କହିଛନ୍ତିି ।

କଂଗ୍ରେସ ନେତା, ମନ୍ତ୍ରୀ ଓ ଅତିଥିଙ୍କ ପାଇଁ ଯାତ୍ରା ଖର୍ଚ୍ଚରେ ବି କାଂଟଛାଂଟ କରାଯାଇଛି । ଏପରିକି ସ୍ନାକ୍ସ ଖର୍ଚ୍ଚ ମଧ୍ୟ କମ୍ କରିବାକୁ ନିର୍ଦ୍ଦେଶ ରହିଛି ।ସେପଟେ କଂଗ୍ରେସର ଆର୍ଥିକ ମାନ୍ଦାବସ୍ଥା ଦେଇଗତି କରୁଥିବା ଯୋଗୁଁ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ନିର୍ବାଚନୀ ପ୍ରଚାରରେ ବିଜେପି ତୁଳନାରେ ପଛରେ ପଡିଯାଇଥିଲା କଂଗ୍ରେସ । ଏହି ରାଜ୍ୟ ଗୁଡିକରେ ଏଥିପାଇଁ ଦଳକୁ ବିଫଳତା ମିଳିଲା ବୋଲି କୂୁହାଯାଉଛି ।