ରାଜ୍ୟପାଳଙ୍କୁ ଫେରାଦ୍ ହେଲେ ବିରୋଧୀ କଂଗ୍ରେସ: ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ । ୩ଟି ଦାବି ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଧାୟକଙ୍କ ଦାବି ଗୁଡିକ ହେଲା , ଚିଟଫଣ୍ଡ କମିଶନ ଜଷ୍ଟିସ ଏମ୍ଏମ୍ ଦାସଙ୍କ ବହିଷ୍କାର, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ରାଜ୍ୟରେ ୩୫୬ ଧାରାରେ ରାଷ୍ଟ୍ରପତି ଶାସନ ଲାଗୁ । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡି ପଡିଛି । ବିଧାନସଭାରେ ବିରୋଧୀଙ୍କୁ ସୁରକ୍ଷା ଦେବାରେ ବାଚସ୍ପତି ବିଫଳ ହୋଇଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳ ନେତାଙ୍କୁ ଗୃହରେ ବିବୃତି ଦେବା ପାଇଁ ରାଜ୍ୟ ସରକାର ସୁଯୋଗ ଦେଉନାହାନ୍ତି । ଶାସକ ଦଳ ବିଧାୟକମାନେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବି କରି ଗୃହକୁ ବାରମ୍ବାର ଅଚଳ କରୁଛନ୍ତି ।   ଲୋକାୟୁକ୍ତ ଗଠନ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହାସହ ଜଷ୍ଟିସ ଏମ୍ଏମ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତର ରଖିବା ପାଇଁ ରାଜ୍ୟପାଳ ନିର୍ଦେଶ ଦେବା ପାଇଁ କଂଗ୍ରେସ ବିଧାୟକମାନେ ଦାବି କରିଛନ୍ତି ।