କଂଗ୍ରେସ ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା! ଜାଣନ୍ତୁ କେଉଁ ଆସନରୁ ଲଢିବେ କିଏ?

771

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୧୫ଟି ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଗୁଜରାଟର ୪ଟି ଓ ଉତ୍ତରପ୍ରଦେଶର ୧୧ଟି ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।


ପାରମ୍ପରିକ ଆସନ ଉତ୍ତରପ୍ରଦେଶର ଆମେଠିରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ନିର୍ବାଚନ ଲଢିବେ । ସେହିଭଳି ରାୟବରେଲିରୁ ସୋନିଆ ଗାନ୍ଧି ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଅନ୍ୟପଟେ କଂଗ୍ରେସର ହେଭିୱେଟ ସଲମାନ ଖୁର୍ସିଦ ଫାରୁଖାବାଦରୁ ପ୍ରାର୍ଥୀ କରାଯାଇଥିବା ବେଳେ ଗୁଜରାଟର ବରୋଦାରୁ ପ୍ରଶାନ୍ତ ପଟେଲଙ୍କୁ ଦଳ ପ୍ରାର୍ଥୀ କରିଛି । ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରି କଂଗ୍ରେସ ଏକପ୍ରକାର ନିର୍ବାଚନ ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ବିଜେପି ଓ ଅନ୍ୟ ଦଳ ପକ୍ଷରୁ କେବେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।