କଂଗ୍ରେସକୁ ଫେରିଲା ପୁରୁଣା କନ୍ଦଳ : ଦିଲ୍ଲୀରେ ଫେରାଦ୍ ହେଲେ ବରିଷ୍ଠ ନେତା

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସରେ ପୁଣି ଫେରିଲା କନ୍ଦଳ । ରାଜ୍ୟ ନେତୃତ୍ୱ ବିରୋଧରେ ଦିଲ୍ଲୀ ଦରବାରରେ ଫେରାଦ ହୋଇଛନ୍ତି ଦୁଇ ଦୁଇ ଜଣ ବରିଷ୍ଠ ନେତା । ଏଆଇସିସିକୁ ଜଣାଇଛନ୍ତି ରାଜ୍ୟ କଂଗ୍ରେସର ହାଲଚାଲ୍ । ସିଧାସଳଖ ନହେଲେ ବି ପରୋକ୍ଷରେ ଚାଲିଛି ପ୍ରସାଦ ହଟାଅ ଅଭିଯାନ ନେଇ ମନ୍ତ୍ରଣା । କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ସାଂଗଠନିକ ସ୍ଥିତି ଓ ଓଡିଶାରେ ଦଳର ଭବିଷ୍ୟତ ନେଇ ଆଲୋଚନା କରିଛନ୍ତି । ତେବେ ଚର୍ଚ୍ଚା ହେଉଛି, ପିସିସି ସଭାପତିଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଅଛନ୍ତି ହେମାନନ୍ଦ । ସେପଟେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ବି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସାଂଗଠନିକ ସ୍ଥିତି ଓ ଦଳକୁ ମଜଭୁତ୍ କରିବାର ରୋଡମ୍ୟାପ୍ ବାବଦରେ ଆଲୋଚନା କରିଥିବା ଜଣାପଡିଛି ।

ତେବେ କନ୍ଦଳ ଏବେକାର ନୁହେଁ । ବାରମ୍ବାର ଦିଲ୍ଲୀ ଯାଉଛନ୍ତି ଦଳୀୟ ନେତା । କେତେବେଳେ ସଂଗଠନର କ୍ଷମତାଶାଳୀ ହେବାକୁ ତ ପୁଣି କେତେବେଳେ ପଦପଦବୀ ପାଇଁ । ଆଉ ଦଳଭିତରେ ଦେଖାଦେଉଥିବା ଅନ୍ତଦ୍ୱର୍ନ୍ଦ୍ୱ ବାରମ୍ବାର ପଦାରେ ପଡୁଛି ।