ମୈଦାନକୁ ଓହ୍ଲାଇବାକୁ ଆହ୍ୱାନ ଦେଲେ ତାରା! କହିଲେ, ଦମ୍ ଅଛି ତ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ପ୍ରସାଦ

30

କନକ ବ୍ୟୁରୋ : ରୋଚକ ମୋଡ ନେଉଛି କଂଗ୍ରେସ ବାକଯୁଦ୍ଧ । ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କଟାକ୍ଷ କରି ତାରା ବାହୀନିପତି କହିଥିଲେ, ହିଂଜିଳିରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ ପ୍ରସାଦ ହରିଚନ୍ଦନ । ଏପରିକି ତାରା କହିଥିଲେ, ପ୍ରସାଦ ୪୦ ହଜାର ଭୋଟରେ ଜିତି ଯାଇପାରିବେ । ସେପଟେ ପ୍ରସାଦଙ୍କ ଶ୍ୱଶୁର ତଥା କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ସହ ଭୁବନେଶ୍ୱରରେ ଲଢେଇ କରନ୍ତୁ ।

congressକଂଗ୍ରେସ କଳି ଏବେ ପଦାରେ ପଡି ହାଟରେ ଗଡୁଛି । ଯାହାର ଝଲକ ପୁଣିଥରେ ଆଜି ଦେଖିବାକୁ ମିଳିଛି । ପିସିସି ସଭାପତିଙ୍କୁ କଟାକ୍ଷ ବାଣ ମାରିଛନ୍ତି ତାରା ବାହିନୀପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହିଞ୍ଜିଳିକାଟୁ ଆସନରେ ନିର୍ବାଚନ ଲଢିବାକୁ ପ୍ରସାଦଙ୍କୁ ନିବେଦନ କରିଛନ୍ତି । ଯେହେତୁ ନବୀନ ବିଜେଡ଼ିର ମୁଖିଆ ତେଣୁ କଂଗ୍ରେସର ମୁଖିଆ ଭାବେ ପ୍ରସାଦ ତାଙ୍କ ସହ ଲଢେଇ କରନ୍ତୁ । ଏପରିକି କଟାକ୍ଷ ଛଳରେ ତାରା କହିଛନ୍ତି , ନବୀନଙ୍କ ସହ ପ୍ରସାଦ ଲଢିଲେ ପ୍ରାୟ ୪୦ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ । ଯଦି ହିଞ୍ଜିକିକାଟୁରୁ ପ୍ରସାଦ ପ୍ରାଥୀ ହୁଅନ୍ତି ତେବେ ତାଙ୍କ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ତାରା । କିନ୍ତୁ ତାରା ମାରିଥିବା ଏହି ବାଣ ସିଧା ପ୍ରସାଦଙ୍କ ଦେହରେ ବାଜିବା ପୂର୍ବରୁ ଛାତି ଦେଖାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।

ପ୍ରସାଦ କାହିଁକି ହିଞ୍ଜିଳିକାଟୁରେ ନବୀନଙ୍କ ସହ ଲଢିବେ ବୋଲି ତାରାଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ସୁର । ଏପରିକି ନବୀନ ଓ ମୋଦିଙ୍କୁ ତାଙ୍କ ସହ ନିର୍ବାଚନ ଲଢିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ସୁର ରାଉତରାୟ । ହିଞ୍ଜିଳିକାଟୁ ଛାଡି ନବୀନ ଭୁବନେଶ୍ୱରରେ ତାଙ୍କ ସହ ଲଢନ୍ତୁ ବୋଲି ଦମ୍ଭ ଦେଖାଇ କହିଛନ୍ତି ସୁର । ଏପରିକି ମୋଦି ମଧ୍ୟ ଯଦି ପାରୁଛନ୍ତି ତେବେ ଭୁବନେଶ୍ୱରରେ ତାଙ୍କ ସହ ଲଢିବାକୁ ଖୋଲା ଆହ୍ୱାନ ଦେଇଛନ୍ତି ସୁର । ଏହସହ ଯେଉଁ କୁହାଳିଆ ନେତାଙ୍କୁ ବିଜେପୁର ନିର୍ବାଚନ ଓ ଏନଏସି ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନଥିଲା ସେ ପୁଣି ବଡ ବଢ କଥା କହୁଛନ୍ତି । ତେବେ ସୁର –ତାରା ଲଢେଇ କଂଗ୍ରେସ କଳିକୁ ପୁଣିଥରେ ପଦାରେ ପକାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।