ରାହୁଲ ଗଢିଲେ ନୂଆ କାର୍ଯ୍ୟକାରିଣୀ କମିଟି: ଲୋକସଭା ନିର୍ବାଚନରେ ଜିତିବା ଲାଗି କଂଗ୍ରେସ ଅଧ୍ୟକ୍ଷଙ୍କ ଋଣନୀତି ପ୍ରସ୍ତୁତ, ବହୁ ବରିଷ୍ଠ ବାଦ୍, ୨୨ ତାରିଖରେ ପ୍ରଥମ ବୈଠକ

29

କନକ ବ୍ୟୁରୋ : ରାହୁଲ ଗଢିଲେ ନୂଆ ଟିମ୍ । ବାଦ୍ ପଡିଲେ ଅନେକ ବରିଷ୍ଠ ନେତା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବା ସିଡବ୍ଲ୍ୟୁସି ଗଠନ କରିଛନ୍ତି । ଏଥିରେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମୋତିଲାଲ ଭୋରା, ଗୁଲାମନବୀ ଆଜାଦ୍, ମଲ୍ଲିକାର୍ଜୁନ ଖାଡଗେ, ଏ.୍ଣଳ. ଆଂଟୋନି, ଅହମଦ ପଟେଲ ଓ ଅମ୍ବିକା ସୋନିଙ୍କୁ ସାମିଲ କରାଯାଇଛି । ଏହା ସହ ଅଶୋକ ଗେହଲଟ, ଓମେନ୍ ଚାଣ୍ଡି, ତରୁଣ ଗୋଗୋଇ, ସିଦ୍ଦରମୈୟା ଓ ହରିଶ ରାୱତଙ୍କ ଭଳି ସମସ୍ତ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବି ରାହୁଲଙ୍କ ଟିମରେ ସାମିଲ କରାଯାଇଛି ।

ଏହି କମିଟିରେ ମୋଟ ୨୩ ଜଣ ସଦସ୍ୟ ରହିଥିବା ବେଳେ ୧୯ ଜଣ ସ୍ଥାୟୀ ଆମନ୍ତ୍ରିତ ସଭ୍ୟ ଓ ୯ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଭ୍ୟ ରହିଛନ୍ତି । ତେବେ ବଡ କଥା ହେଉଛି ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଅନେକ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି । ଦିଗବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲନାଥ, ସୁଶୀଲ କୁମାର ସିନ୍ଦେଙ୍କ ଭଳି ନେତାଙ୍କୁ କମିଟିରୁ ବାଦ୍ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ଏହି ନୂଆ କମିଟିର ପ୍ରଥମ ବୈଠକ ହେବ । ୨୦୧୯ ନିର୍ବାଚନ ପାଇଁ ନୂଆ ସିଡବ୍ଲୁସି ରଣନୀତି ପ୍ରସ୍ତୁତ କରିବ ବୋଲି ଆଲୋଚନା ହେଉଛି ।

ପାର୍ଟି ସଂଗଠନର ମହାସଚିବ ଅଶୋକ ଗହଲୋନ ସୂଚନା ଅନୁସାରେ ଦଳରେ କୈାଣସି ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ । ଯଦି କେହି ଏପରି କରିବା ପାଇଁ ଚେଷ୍ଟାମଧ୍ୟ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ । ଏହି କମିଟିରେ ଅନେକ ପୁରୁପଖା ନେତାଙ୍କୁ ସାମିଲ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହାର ସମସ୍ତ କଥା ନିଜେ ରାହୁଲ ଗାନ୍ଧି ତଦାରଖ କରିବେ ବୋଲି ଜଣାପଡିଛି । ପୂର୍ବ,ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାରତର ନେତାମାନଙ୍କୁ ଏଠାରେ ରଖାଯାଇଛି । କମିଟିରେ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ତେବେ ୬ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲୋକସଭାରେ ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବେ ସେନେଇ ରାହୁଲ ସେମାନଙ୍କୁ ଗୁରୁଦାୟିତ୍ୱ ଦେଇଥିବା ଜଣାପଡିଛି । କିନ୍ତୁ ଏହାକୁ ଯୁବ ନେତାମାନେ ସ୍ୱାଗତ କରିନାହାନ୍ତି । ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ସାରା ଦେଶରେ ଯୁବକମାନେ ଆଗକୁ ବଢୁଥିବା ସମୟରେ ବୟସ୍କ ନେତାମାନଙ୍କୁ ଦାୟିତ୍ୱ ଦିଆଯାଉଛି ତେବେ ଏଠାରେ ସ୍ପଷ୍ଟ ଦିବାଲୋକରେ ଦଳରେ ଯୁବକମାନଙ୍କୁ ଉପେକ୍ଷା କରାଯାଉଛି ବୋଲି କେତେକ ଯୁବ ନେତା ଅଭିଯୋଗ କରିଛନ୍ତି । ତେବେ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ହେଲାପରେ ଦଳରେ ଅନେକ ପରିବର୍ତ୍ତନ ଆଣିଥିବା ଦେଖାଯାଇଛି ।