ମାନିବେ କି ରାହୁଲ? ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧୀ; ମନାଇବା ପାଇଁ ଆଜି ଦିଲ୍ଲୀରେ ଯୁବରାଜଙ୍କୁ ଭେଟିବେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ

ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା; କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ଥାନ ନେଇପାରନ୍ତି ପୂର୍ବତନ ଗୃହମନ୍ତ୍ରୀ ସୁଶିଲ କୁମାର ସିନେ୍ଧ

111

କନକ ବ୍ୟୁରୋ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଜିଦରେ ଅଟଳ ରହିଥିବା ରାହୁଲ ଗାନ୍ଧିଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି । ଆଜି ଦିଲ୍ଲୀରେ କଂଗ୍ରେସ ଯୁବରାଜଙ୍କୁ ଭେଟିବେ କଂଗ୍ରେସ ଶାସିତ ରାଜ୍ୟର ମୁଖମନ୍ତ୍ରୀ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାହୁଲଙ୍କୁ ଭେଟି ଇସ୍ତଫା ପ୍ରତ୍ୟାହାର କରିବାକୁ ଅନୁରୋଧ କରିବେ ।

ଏହଛଡା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ପରମେଶ୍ୱର ଓ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବି ରାହୁଲଙ୍କୁ ଭେଚଟିପାରନ୍ତି ଲୋକସଭା ନିର୍ବାଚନରେ ପରାଜୟ ପରେ ମେ ୨୫ ତାରିଖରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି । ଏହା ପରେ ସେ ନିଜ ଜିଦରେ ଅଟଳ ଅଛନ୍ତି । ଦଳରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେବାକୁ ରାହୁଲ ଦଳକୁ ଅନୁରୋଧ କରିଛନ୍ତି । ରାହୁଲଙ୍କୁ ମନାଇବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଥିଲେ ବି ଏହା ସଫଳ ହୋଇନାହିଁ । ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ବିଭିନ୍ନ ପଦରୁ ୨ ଶହରୁ ଅଧିକ କର୍ମକର୍ତା ନିଜ ପଦରୁ ଇସ୍ତଫା ଦେଇସାରିଲେଣି । ଲୋକସଭା ନିର୍ବାଚନରେ କଂଗ୍ରେସ ଏଥର ଶୋଚନୀୟ ପରଜାୟ ବରଣ କରିଛି । ଦଳକୁ ମାତ୍ର ୫୨ଟି ଆସନ ମିଳିଛି ।

ଅନ୍ୟପଟେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେଇପାରନ୍ତି ପୂର୍ବତନ ଗୃହମନ୍ତ୍ରୀ ସୁଶିଲ କୁମାର ସିନେ୍ଧ । ଖବର କାଗଜ ସଣ୍ଡେ ଗାର୍ଡିଆନ ଏହି ଖବର ପ୍ରକାଶ କରିଛି । ସିନେ୍ଧଙ୍କ ନାଁରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଓ ଗାନ୍ଧି ପରିବାର ସୁଶିଲ କୁମାର ସିନ୍ଦଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡିଛି ।