ଶେଷ ମୁହୂର୍ତ୍ତରେ ୩ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ?

721

କନକ ବ୍ୟୁରୋ : ଶେଷ ଦିନରେ କଂଗ୍ରେସ ବଦଳାଇଲା ୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ ରହିଥିବା ବେଳେ ଆଜି ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କେନ୍ଦୁଝର ଲୋକସଭା ସମେତ ପାଟଣା ଓ ତେଲକୋଇରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ ।

କେନ୍ଦୁଝର ଲୋକସଭା ଆସନ ପାଇଁ ଫକୀର ମୋହନ ନାଏକଙ୍କ ବଦଳରେ ମୋହନ ହେମ୍ବ୍ରମ କଂଗ୍ରେସ ଟିକେଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏପରିକି ପୂର୍ବରୁ ଫକୀର ମୋହନ ନାଏକ କଂଗ୍ରେସ ଟିକେଟ ପାଇ ନାମାଙ୍କନପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କୁ ପରିବର୍ତ୍ତନ କରି ମୋହନ ହେମ୍ବ୍ରମଙ୍କୁ ଦଳ ଏଠାରେ ମୈଦାନକୁ ଓହ୍ଳାଇଛି ।
ସେହିଭଳିକ ପାଟଣା ଆସନରୁ ଗୋପେଶ୍ୱର ନାଏକଙ୍କ ବଦଳରେ ବିନୋଦ ନାଏକଙ୍କୁ ପ୍ରାର୍ଥୀ କରିଛି ଦଳ । ଅନ୍ୟପଟେ ତେଲକୋଇରୁ ବିଧାୟକ ପ୍ରାର୍ଥୀ ଥିବା ମୋହନ ହେମ୍ବ୍ରମଙ୍କୁ ଦଳ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାରୁ ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛି ଦଳ । ତେବେ ଶେଷ ମୁହୂର୍ତ୍ତରେ କଂଗ୍ରେସର ଏହି ପ୍ରାର୍ଥୀ ପରିବର୍ତ୍ତନ ଦଳକୁ କେତେ ଫାଇଦା ଦେବ ତାହା ଦେଖିବା ବାକି ରହିଲା ।