ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଉର୍ମିଲା ମାତୋଣ୍ଡକରଙ୍କ ଖଞ୍ଜଣୀ ବଜାଉଥିବା ଫଟୋ ! ଟ୍ରୋଲ୍ କଲେ ୟୁଜର୍ସ କହିଲେ, ଆଉ କିଛି ଦିନ ପରେ ଏହି କାମ କରିବ ।

287

ମୁମ୍ବାଇର ନର୍ଥ ଆସନରୁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର । କଂଗ୍ରେସରେ ସାମିଲ ହେବା ପରେ ତାଙ୍କର ଏଭଳି ପଦକ୍ଷେପକୁ ଅଧାରୁ ଅଧିକ ଲୋକ ନାପସନ୍ଦ କରିଥିବା ଦେଖା ଯାଇଥିଲା । କିଛି ଦିନ ତଳେ ଅନ୍ୟକୁ ପଚାରି ପଚାରି ଭାଷଣ ଦେଉଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଏବେ ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ।

ଫଟୋରେ ଉର୍ମିଳା ମାତୋଣ୍ଡକର ଖଞ୍ଜଣୀ ବଜାଉଥିବା ଦେଖା ଯାଇଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ କିଛି ଦିନ ପରେ ତୁମେ ଏହି କାମ କରିବ ବୋଲି କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ବ୍ୟବହାରକାରୀ, ଉର୍ମିଳାଜୀ ଆପଣ ଅଭିନୟରେ ବି ଜିରୋ ଏବଂ ରାଜନୀତିରେ ବି ଜିରୋ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ମୁସଲିମକୁ ବିବାହ କରିବାର ପ୍ରଭାବ ତ ଦେଖାଯିବ ବୋଲି ଲେଖିଥିବା ଦେଖା ଯାଇଛି ।