ଆସିଲା କଂଗ୍ରେସ ଟିକେଟ୍ । ୯ଟି ବିଧାନସଭା କ୍ଷେତ୍ର ପାଇଁ ସିପାହୀ ବାଛିଲେ ହାଇକମାଣ୍ଡ, ପ୍ରଥମଥର ଦୁଇଟି ଆସନରେ ଲଢ଼ିବେ ପିସିସି ସଭାପତି ।

306

କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ମୋଟ୍ ୯ଟି ବିଧାନସଭା କ୍ଷେତ୍ର ପାଇଁ ଦିଲ୍ଲୀରୁ ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ତେବେ କଂଗ୍ରେସର ଏହି ପ୍ରାର୍ଥୀ ତାଲିକା ଅନୁସାରେ- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଆସନରୁ ନିର୍ବାଚନ ଲଢ଼ିବେ, ପୂର୍ବରୁ ଏଆଇସିସି ନିର୍ଦ୍ଦେଶ ମୁତାବକ ଘସିପୁରା ଏବଂ ଆଜି ଘୋଷଣା ହୋଇଥିବା ତାଲିକାରେ ଭଣ୍ଡାରୀପୋଖରୀ ଆସନରୁ ମଧ୍ୟ ଲଢ଼ିବେ ପିସିସୁ ସଭାପତି ନିରଞ୍ଜନ ପଟ୍ଟନାୟକ ।


ସେହିଭଳି ଭଦ୍ରକ ବିଧାନସଭା ଆସନରୁ ନଳିନୀକାନ୍ତ ମହାନ୍ତି, ବଡ଼ଚଣାରୁ ସିତାକାନ୍ତ ମହାପାତ୍ର, ଧର୍ମଶାଳାରେ ସ୍ମୃତିରେଖା ପହିଙ୍କ ସ୍ଥାନରେ କିଷାନ ପଣ୍ଡା, ସାଲେପୁର ଆସନରୁ ରବିନ୍ଦ୍ରନାଥ କର, ମହାକାଳପଡ଼ାରୁ ବିଭ୍ରାଶୁଂ ଶେଖର ଲେଙ୍କା, ବାଲିକୁଦା-ଏରସମାରୁ ଲଲାଟେନ୍ଦୁ ମହାପାତ୍ର, ନିମାପଡ଼ା ଆସନରୁ ସତ୍ୟବ୍ରତ ପାତ୍ର ଓ ତିର୍ତ୍ତୋଲ ଆସନରୁ ବିଭୁ ପ୍ରସାଦ ତରାଇ ‘ହାତ’ ଛାଡ଼ିବା ପରେ ତାଙ୍କ ବଦଳରେ ଦଳ ଦେବୀ ପ୍ରସାଦ ମଲ୍ଲିକଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି ।