ବିଜେପୁର ପାଇଁ କଂଗ୍ରେସର ଅଭିଯାନ : ବିଳମ୍ବରେ ହେଲେ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କଲା କଂଗ୍ରେସ

57

କନକ ବ୍ୟୁରୋ : ବିଳମ୍ବରେ ହେଲେ ମଧ୍ୟ ବିଜେପୁର ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କଲା କଂଗ୍ରେସ । କାରଣ ବିଜେପୁର ପ୍ରାର୍ଥୀ ଚୟନ ପାଇଁ ଗଠିତ କମିଟିକୁ ଅନୁମୋଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ କମିଟିର ଅଧ୍ୟକ୍ଷ ଥିବାବେଳେ ଜଗନ୍ନାଥ ପଟ୍ଟନାୟକ ଆବାହକ, ନବକିଶୋର ଦାସଙ୍କୁ ସଂଯୋଜକ ଏବଂ ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ ଓ ବରଗଡ ଜିଲ୍ଲା ସଭାପତି ଅନନ୍ତାସନ ପାଢୀଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ବିଜେପୁର ବିଧାନସଭା ଆସନ । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେପୁରରୁ ପ୍ରାର୍ଥୀ କରିବା ଲାଗି ଘୋଷଣା କରିସାରିଛି ବିଜେଡି । ବିଜେପି ମଧ୍ୟ ଏହା ଆସନରେ ତାର ପ୍ରାର୍ଥୀ ଏକପ୍ରକାର ଚୂଡାନ୍ତ କରିସାରିଥିବାବେଳେ କଂଗ୍ରେସର ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଆଉ ଏହାରି ଭିତରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ।