ନିର୍ବାଚନ ପୂର୍ବରୁ କଂଗ୍ରେସର କସରତ୍ ! ଆଜିଠୁ ସମସ୍ତ ବୁଥରେ ବୁଲିବ ଓଡିଶା କଂଗ୍ରେସ ଏକ୍ସପ୍ରେସ୍

45

କନକ ବ୍ୟୁରୋ : ଆଜିଠୁ ସମସ୍ତ ବୁଥରେ ବୁଲିବ ଓଡିଶା କଂଗ୍ରେସ ଏକ୍ସପ୍ରେସ୍ । ପ୍ରତି ଗାଁରେ ବସରେ ବୁଲିବେ ନେତା । ନିର୍ବାଚନ ପୂର୍ବରୁ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏପରି ଯୋଜନା କରିଛି । ଏନେଇ କଂଗ୍ରେସ ତିରିଶଟି ଜିଲ୍ଲାରେ ୧୪ ଜଣ ଉପସଭାପତି ଓ ୨୪ଜଣ ସାଧାରଣ ସଂପାଦକ ନିୟୋଜିତ କରିଛି । ୩୧୪ ଟି ବ୍ଲକ୍ ୩୬୦୦୦ ବୁଥକୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ରୁଟ୍ ଚାର୍ଟ ପ୍ରସ୍ତୁତ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରରୁ ଏହି ବସ୍ ଗଡିବ । ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ଉପସଭାପତିମାନଙ୍କୁ ପାଖାପାଖି ଦଶ ହଜାର ସଭ୍ୟ ସଂଗ୍ରହ କରିବା ନେଇ ଟାର୍ଗେଟ୍ ଦିଆଯାଇଛି ।

niranjan

ସଭ୍ୟ ସଂଗ୍ରହ ଦ୍ୱାରା ଲୋକସଂପର୍କ ଅଭିଯାନ କରିବ କଂଗ୍ରେସ । ଲୋକସଂପର୍କ ଅଭିଯାନ ମାଧ୍ୟମରେ କଂଗ୍ରେସ କର୍ମୀମାନେ ଦଳର କାର୍ଯ୍ୟକାରିତା ବିଷୟରେ ପ୍ରଚାର ପ୍ରସାର କରିବେ, ନୂଆ ଭୋଟରମାନଙ୍କ ତଥ୍ୟ ସଂଗ୍ରହ କରିବେ । ଏହା ସହ ମୋ ବୁଥ୍ ମୋ ଗୌରବ ଓ ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିବ ପ୍ରଦେଶ କଂଗ୍ରେସ । ତେବେ କଂଗ୍ରେସର ଏହି ନୂଆ ଫଣ୍ଡା କେତେ କାମ ଦେବ ତାହା ଆଗକୁ ଜଣାପଡ଼ିବ ।