ସୋନିଆ ଗାନ୍ଧିଙ୍କ ବାସଭବନରେ କଂଗ୍ରେସ ଦଳର ବସୁଛି ବୈଠକ : ମୌସୁମୀ ଅଧୀବେଶନର କାର୍ଯ୍ୟପନ୍ଥା ଉପରେ ହୋଇପାରେ ଆଲୋଚନା

46

କନକ ବ୍ୟୁରୋ : ସସଂଦର ମୌସୁମୀ ଅଧୀବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି । ତେଣୁ ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ବିରୋଧୀ କଂଗ୍ରେସ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ରାଜ୍ୟସଭାର କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟସଭା ପରିସରରେ ଏକ ବୈଠକ କରବେ ବୋଲି ଜଣାପଡିଛି । ତେବେ ଏହି ବୈଠକ ହେବା ପୂର୍ବରୁ ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ବୈଠକ ସୋନିଆ ଗାନ୍ଧିଙ୍କ ବାସଭବନ (୧୦) ଜନପଥ ରୋଡରେ ହେବାକୁ ସ୍ଥିର କରାଯାଇଛି । ତେବେ ଏକ ସୂତ୍ରରୁ ଜଣାପଡିଛି ଯେ, ଆଗାମୀ ମୌସୁମୀ ଅଧିବେଶନରେ କିପରି ଭାବରେ ସରକାରଙ୍କୁ ଘେରାଯିବ ସେନେଇ ସମସ୍ତ ରଣନୀତି ଏହି ବୈଠକରେ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ତେଣୁ ସମସ୍ତ ଦଳୀୟ ସାସଂଦଙ୍କ ସହ ଆଲୋଚନା ହେଉଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ରାଜ୍ୟସଭାର ଉପସଭାପତି ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବ ।

 

ଏପଟେ ରାଜ୍ୟସଭାର ନିର୍ବାଚନ ଲାଗି ଗୁଲାମ ନବୀ ଆଜାଦ ସୋମବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି । ତେବେ ଏହି ବୈଠକରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଆଗାମୀ ଅଧିବେଶନରେ କିପରି ଭାବରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରାଯିବ ସେହି ବିଷୟରେ ହିଁ ପ୍ରମୁଖ ଆଲୋଚନା କରାଯିବ । ତେବେ ସରକାର ରାଜ୍ୟସଭା ଉପସଭାପତି ପଦ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ କୈାଣସି ଆଭାସ ଦେଇନଥିଲେ ମଧ୍ୟ ଏହି ମୌସୁମୀ ଅଧିବେଶନରେ ହିଁ ରାଜ୍ୟସଭା ନିର୍ବାଚନ କରାଇପାରନ୍ତି ସରକାର । ରାଜ୍ୟସଭା ଉପସଭାପତି ପଦ ଲାଗି ଯେଉଁ ନିର୍ବାଚନ କରାଯାଏ । ତାହା କେଉଁ ସମୟରେ କରାଯିବ ସେନେଇ ସମ୍ବିଧାନରେ କୌଣସି ସମୟସୀମା ନିର୍ଦ୍ଧାରିତ କରାଯାଇ ନାହିଁ । ତେଣୁ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏହି ନିର୍ବାଚନ କରାଯାଏ । ତେବେ ଦେଶର ଥିବା ଅନେକ ଆଞ୍ଚଳିକ ଦଳଙ୍କ ଭୋଟ ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ କଂଗ୍ରେସ ଏହି ଆସନରେ ଜିତିବା ଲାଗି ଅନ୍ୟ ବିରୋଧୀ ଦଳକୁ ମଧ୍ୟ ସମର୍ଥନ କରିପାରେ । ଏହି ସମର୍ଥନର କଥାବାର୍ତା କେବଳ ଅନୁପଚାରିକ ଭାବରେ ଚାଲିଛି । କିନ୍ତୁ କଂଗ୍ରେସ କି ଅନ୍ୟ କୈାଣସି ଦଳ ବର୍ତ୍ତମାନ ସମୟରେ କୌଣସି ଟିପଣୀ ଦେଇନଥିବା ଜଣାପଡିଛି । ଏପଟେ ବିଜେପି ମଧ୍ୟ ରାଜ୍ୟସଭା ନିର୍ବାଚନରେ ଜିତିବାଲାଗି ଚେଷ୍ଟା କରୁଛି । ଅନେକ ଦଳ ବିଜେପିକୁ ଭୋଟ ଦେବାସହ ସେମାନେ ଜିତିବେ ବୋଲି ଦଳର ନେତାମାନେ ଦାବୀ କରୁଛନ୍ତି ।