ଆସନ୍ତାକାଲି ଶପଥ ନେବେ କୁମାରସ୍ୱାମୀ ! ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳର ସ୍ୱରୂପକୁ ନେଇ ଚର୍ଚ୍ଚା

33

କନକ ବ୍ୟୁରୋ : କେମିତି ରହିବ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରରେ ଭାଗବଂଟା । କଂଗ୍ରେସର କେତେ ମନ୍ତ୍ରୀ ହେବେ ଏବଂ କଣ ପାହ୍ୟା ପାଇବେ, ସେପଟେ ଜେଡିଏସର କେତେଜଣଙ୍କୁ ମନ୍ତ୍ରୀପଦ ମିଳିବ, ଏସବୁକୁ ନେଇ ଚର୍ଚା ଚାଲିଥିବା ବେଳେ ସିଂହଭାଗ କଂଗ୍ରେସକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ମଧ୍ୟ କଂଗ୍ରେସ ହାତେଇବ ବୋଲି କୁହାଯାଉଛି ।

ବହୁ ବାଦବିବାଦ, କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ । ଯାହା ହେଲା ଖାଲି ସେତିକି କଂଟା ନଥିଲା, ଆଗକୁ ବି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଯାତ୍ରା ସେତେ ସହଜ ହେବ ନାହିଁ । ଆଉ ତାପୂର୍ବରୁ ପୂଜାର୍ଚ୍ଚନା କରୁଛନ୍ତି କୁମାରସ୍ୱାମୀ ।

ଏବେ ସମସ୍ତଙ୍କ ନଜର, ସରକାରରେ କେମିତି ରହିବ ଭାଗବଂଟା । କୁହାଯାଉଛି କୁମାରସ୍ୱାମୀଙ୍କ ମନ୍ତ୍ରୀମଣ୍ଡଳରେ ୩୪ ଜଣି ମନ୍ତ୍ରୀ ସ୍ଥାନ ପାଇବେ । କରାଯାଉଥିବା ପୂର୍ବାନୁମାନ ଅନୁସାରେ କଂଗ୍ରେସ ଭାଗରେ ୨୧ ଓ ଜେଡିଏସ ଭାଗରେ ୧୩ଟି ମନ୍ତ୍ରୀ ପଦ ପଡିପାରେ । ଏହା ସହ ଉଭୟ କଂଗ୍ରେସ ଓ ଜେଡିଏସରୁ ଜଣେ ଜଣେ ଉପମୁଖ୍ୟମନ୍ତ୍ରୀ ରହିବା ସମ୍ଭାବନା ରହିଛି । କଂଗ୍ରେସ ନେତା ଜି ପରମେଶ୍ୱର ଏହି ପଦ ପାଇବା ସମ୍ଭାବନା ରହିଛି । ଏହା ସହ ଲିଙ୍ଗାୟତ ସଂପ୍ରଦାୟର ନେତା ଏମ ବି ପଟେଲ ମଧ୍ୟ ଏହି ପଦର ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ଏହା ସହ ବାଚସ୍ପତି ପଦ କଂଗ୍ରେସ ହାତକୁ ଯିବ ବୋଲି ଏକ ପ୍ରକାର ନିଶ୍ଚିତ ।

ସେପଟେ ଗତକାଲି ଦିଲ୍ଲୀ ଗସ୍ତ କରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ କୁମାରସ୍ୱାମୀ । ଏହା ସହ ସେମାନଙ୍କୁ ଶପଥ ଉତ୍ସବରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ପ୍ରାୟ ୨୧ ଜଣ ଅଣ ବିଜେପି ନେତାଙ୍କ