ଭୁବନେଶ୍ୱର ଉପକଣ୍ଠ ବାଳକାଟି ବ୍ଲକ ବୁଦ୍ଧିପଡାରେ କଂଗ୍ରେସର ଅଖିମୁଠି କାର୍ଯ୍ୟକ୍ରମ

12

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ଉପକଣ୍ଠ ବାଳକାଟି ବ୍ଲକ ବୁଦ୍ଧିପଡାରେ କଂଗ୍ରେସ ପକ୍ଷରୁ ମଧ୍ୟ ଅଖିମୁଠି ବୁଣା କାର୍ଯ୍ୟକ୍ରମ ହୋଇଯାଇଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏଥିରେ ସାମିଲ ହୋଇ ଅଖିମୁଠି ବୁଣିଛନ୍ତି । ପ୍ରଥମେ ଚାଷ ଜମିରେ ମାଟି ଓ ଲକ୍ଷ୍ମୀ ପୂଜା କରିବା ପରେ ପିସିସି ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିହନ ବୁଣିଥିଲେ । ପରେ ପ୍ରସାଦ କିଛି ସମୟ ହଳ କରିଥିଲେ । ମରୁଡି ବର୍ଷରେ ରାଜ୍ୟରେ କୃଷକଙ୍କ ବିକାଶ କାମନା କରି ପ୍ରତିବର୍ଷ ପରି କଂଗ୍ରେସ ଏହି ଅଖିମୁଠି ବୁଣା କାର୍ଯ୍ୟକ୍ରମ କରିଛି ବୋଲି ପିସିସି ସଭାପତି କହିଛନ୍ତି । ଏହି ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ କର୍ମୀ ସାମିଲ ହୋଇଛନ୍ତି ।