ଭୁବନେଶ୍ୱରରେ କଂଗ୍ରେସର ମାନସ ମନ୍ଥନ ଶେଷ, ଖୁବଶୀଘ୍ର ହାଇକମାଣ୍ଡଙ୍କୁ ରିପୋର୍ଟ ଦେବୁ : ପିସିସି ପ୍ରଭାରୀ ବି.କେ ହରିପ୍ରସାଦଙ୍କ ସୂଚନା

49

କନକ ବ୍ୟୁରୋ : ସରିଲା କଂଗ୍ରେସର ମାନସ ମନ୍ଥନ । ଦିଲ୍ଲୀରୁ ଆସିଥିିବା ୩ ଜଣିଆ ପର୍ଯ୍ୟବେକ୍ଷକ ରାଜ୍ୟ କଂଗ୍ରେସକୁ ସୁଧାରିବା ନେଇ ଦଳର ସବୁ ବର୍ଗର ନେତା ଓ ସଙ୍ଗଠନ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏ ନେଇ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ବି. କେ. ହରିପ୍ରସାଦ । ତେବେ ଏଥିପାଇଁ କୌଣସି ଟାଇମ ଫ୍ରେମ କହିନାହାଁନ୍ତି ହରିପ୍ରସାଦ । ସେ କହିଛନ୍ତି, ଖୁବଶୀଘ୍ର ଏ ନେଇ ରିପୋର୍ଟ ଦିଆଯିବ ।

ସେପଟେ ନିରଂଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ ମୁଖିଆ କରାଯାଉ । ପ୍ରସାଦଙ୍କୁ ହଟେଇ ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଯାଉ । ଏମିତି ଦାବି କରିଛି ଛାତ୍ର କଂଗ୍ରେସ । ନିରଂଜନଙ୍କୁ ପିସିସି ମୁଖ୍ୟ କରିବା ଦାବିରେ ଛାତ୍ର କଂଗ୍ରେସ ବାଇକ୍ ରାଲି କରିଛି । ଛାତ୍ର କଂଗ୍ରେସ କର୍ମୀ ବାଇକ ରାଲିରେ ଯାଇ କଂଗ୍ରେସ ଭବନରେ ନାରାବାଜି ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳ ମଧ୍ୟ ନିରଂଜନଙ୍କୁ ପିସିସି ସଭାପତି କରିବା ପାଇଁ ଦାବି କରିଛନ୍ତି । ଏନେଇ ବିଧାୟକମାନେ ଦିଲ୍ଲୀରେ ଏଆଇସିସିର ହାଇକମାଣ୍ଡର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜଣାଇବା ସହ ଗତକାଲି ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଜଣାଇଛନ୍ତି ।