ବିମୁଦ୍ରାକରଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ: ସ୍ୱତନ୍ତ୍ର କମିଟିରେ ପ୍ରିୟଙ୍କା ଗାନ୍ଧି ସାମିଲ

37

କନକ ବ୍ୟୁରୋ: ବଡ ନୋଟ ଅଚଳକୁ ବିତିଲାଣି ୪୮ ଦିନ । ମୋଦି ସରକାରଙ୍କ ନୋଟ ବନ୍ଦ ନିଷ୍ପତିକୁ ବିରୋଧ କରୁଛି କଂଗ୍ରେସ । ସଂସଦ ବାହାରେ ଓ ଭିତରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତିକୁ ବିରୋଧ କରୁଥିବା କଂଗ୍ରେସ କରିଛି ନୂଆ ରଣନୀତି । ମୋଦିଙ୍କୁ ଘେରିବାକୁ ଦଳ କଂଗ୍ରେସ ପ୍ରଚ୍ଛଦପଟରେ ଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ସାମ୍ନାକୁ ଆଣିଛି । ବିମୁଦ୍ରାକରଣକୁ ବିରୋଧ କରି ଲଢେଇ କରିବା ପାଇଁ କଂଗ୍ରେସ ଗଠନ କରିଛି ଏକ କମିଟି. ଯେଉଁ କମିଟିରେ ପ୍ରିୟଙ୍କା ଗାନ୍ଧି ସାମିଲ ଅଛନ୍ତି ।