ରାଫେଲକୁ ନେଇ କୋର୍ଟକୁ ଭୁଲ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର : କଂଗ୍ରେସ

ଥମିବାରେ ନା ନେଉ ନାହିଁ ରାଫେଲ ଝଡ

77
କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ ରାଫେଲ ଝଡ । ଗତ ଶୁକ୍ରବାର ସୁପ୍ରିମ କୋର୍ଟରେ ରାଫେଲ ମାମଲା ଖାରଜ ହେବା ପରେ ସରଗରମ ହୋଇଛି ରାଜନୀତି । ଏପରିକି ରାଫେଲ ଫଇସଲାକୁ ନେଇ କଂଗ୍ରେସ ରାଜନୀତିର ଗନ୍ଧ ବାରିଛି । କଂଗ୍ରେସ କହିଛି ଯେ, ଏହି ସମ୍ପର୍କରେ ଅନେକ ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି । ବର୍ତମାନର ସରକାର ଅର୍ଥାତ ମୋଦି ସରକାର ରାଫେଲକୁ ନେଇ ଦିୁର୍ନୀତି କରିଥିବା ନେଇ କଂଗ୍ରେସ ମାମଲା ଦାୟର କରିଥିଲା । ହେଲେ କେନ୍ଦ୍ର ସରକାର ଏହାକୁ ନେଇ କୌଣସି ଦୁର୍ନୀତି ହୋଇନଥିବା ସ୍ପଷ୍ଟ କରିଥିଲେ । କିନ୍ତୁ ଏହି ରାୟକୁ ସହଜରେ ଗ୍ରହଣ କରିନାହିଁ କଂଗ୍ରେସ । ଅଭିଯୋଗ କରିବା ସହ କହିଛି ମୋଦି ସରକାରଙ୍କୁ ବଞ୍ଚାଇବା ପାଇଁ ଏପରି ଫଇସଲା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, କେନ୍ଦ୍ର ସରକାର ରାଫେଲ ବାବଦରେ ସୁପ୍ରିମ କୋର୍ଟକୁ ଭୁଲ ତଥ୍ୟ ଦେଇଛନ୍ତି । ତେଣୁ ସେହି ମାମଲାରେ ସଠିକ ବିଚାର ହୋଇନଥିବା ସେ କହିଛନ୍ତି । ରାଫେଲକୁ ନେଇ କୋର୍ଟ କହିଛନ୍ତି ଯେ, ଏହି ବିମାନ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ । କେନ୍ଦ୍ର ସରକାର ସେହି ବିମାନ କିପରି କିଣିଛନ୍ତି ତାହା ଜାଣିବା କୋର୍ଟଙ୍କର କାମ ନୁହେଁ । ଏହାସହ କୋର୍ଟ ଅନୁଚ୍ଚେଦ ୩୨ କ୍ଷେତ୍ରରେ ଆମର କ୍ଷମତା ସୀମିତ ବୋଲି କହିଥିଲେ । ତେଣୁ କିଛି ମାମଲାରେ ଫଇସଲା ହୋଇପାରିନାହିଁ । ସିବଲ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି ସେହି ଅନୁସାରେ କୋର୍ଟ ବିଚାର କରିଛନ୍ତି ।
ତେଣୁ ଏଠାରେ କୋର୍ଟକୁ ଦୋଷ ଦେବା ଠିକ ହେବ ନାହିଁ । ବରଂ ଜାଣିଶୁଣି କେନ୍ଦ୍ର ସରକାର ଏପରି କରିଥିବା ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ଯେ, ସେ ଜାଣିଶୁଣି କାହିଁକି ଏପରି କରିଛନ୍ତି । ତଥ୍ୟ ସଠିକ ନଥିବା କାରଣରୁ ଏପରି ରାୟ ଆସିଥିବା ସେ କହିଛନ୍ତି । ମୋଦି ସରକାର ଏପରି କରିବେ ବୋଲି ଆଗରୁ ହିଁ ପ୍ଲାନ କରିଥିଲେ । ଦେଶର ଲୋକମାନଙ୍କୁ ମିଛ ଓ ପ୍ରତାରଣା କେନ୍ଦ୍ର ସରକାର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଏପରି ଅଭିଯୋଗର ବିଜେପିର କୌଣସି ନେତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.