ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢୁଛି : ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଦାବି

45

କନକ ବ୍ୟୁରୋ : ଭାରତ-ଚୀନ୍ ମଧ୍ୟରେ ବଢୁଛି ଉତ୍ତେଜନା । ଚୀନର ସରକାରୀ ଖବରକାଗଜ ଦାବି କରିଛି ଯେ, ବେଜିଂ ଟ୍ୟାଙ୍କର ସହ ସୀମାରେ ଯୁଦ୍ଧ ଅଭ୍ୟାସ କରିଛି । ଚୀନର ଖବରକାଗଜ ଗ୍ଲୋବାଲ ଟାଇମସ ଅନୁସାରେ ଏହି ସୈନ୍ୟ ଅଭ୍ୟାସରେ ପୁପୁଲ ଲିବରେସନ ଆର୍ମିର ଅତ୍ୟାଧୁନିକ ଟ୍ୟାଙ୍କର ୯୬-ବି ସାମିଲ ଅଛି ।

ତେବେ ଏହି ଅଭ୍ୟାସ କେବେ ହୋଇଛି ସେ ନେଇ ଖବରକାଗଜ କିଛି ଖୁଲାସା କରିନାହିଁ । ପ୍ରଥମ ଥର ଲାଗି ପିଏଲଏର ଆର୍ମି ବିଗ୍ରେଡ ଏଭଳି ବାତାବରଣରେ ଯୁଦ୍ଧ ଅଭ୍ୟାସ କରିଛି । ଅତ୍ୟାଧୁନିକ କୌଶଳରେ ନିର୍ମିତ ୯୬-ବି ହେଉଛି ଚୀନର ପିଏଲଏ ଆର୍ମି ବିଗ୍ରେଡର ପ୍ରମୁଖ ଟ୍ୟାଙ୍କର । ଭାରତ-ଚୀନ ଉତ୍ତେଜନା ମଧ୍ୟରେ ଚୀନର ଏହି ଯୁଦ୍ଧ ଅଭ୍ୟାସକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।