ଥାନରେ ପହଂଚିଲା ସ୍ୱାମୀ-ସ୍ତ୍ରୀ କଳି । ସ୍ୱାମୀଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ, ହେଲେ ସ୍ୱାମୀଙ୍କୁ ଯିବାକୁ ପଡ଼ିଲା ଜେଲ

39

କନକ ବ୍ୟୁରୋ : ଘରୋଇ କଳିରୁ ମହାଭାରତ । ଥାନରେ ପହଂଚିଲା ସ୍ୱାମୀ-ସ୍ତ୍ରୀ କଳି । ଫୋନ ଲାଗି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ାକୁ ନେଇ ସ୍ୱାମୀ-ସ୍ତ୍ରୀ ବଳ କଷାକଷି ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ପ୍ରଥମେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କୁ ତଂଟିଆ ମାରିବା ସହ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ ।

ଭୁବନେଶ୍ୱରରେ ଘଟିଥିବା ଏହି ଘଟଣା ଏବେ ଥାନରେ ପହଂଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ସ୍ତ୍ରୀ ଜଣକ ଓଲଟା ମାଡ଼ ଖାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ମାଡ଼ ଖାଇସୁଦ୍ଧା ସ୍ୱାମୀଙ୍କୁ ଜେଲକୁ ଯିବାକୁ ପଡ଼ିଛି । ଏଭଳିକିି ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ବି ଲାଗିଛି ।