୨୫ ଦିନ ପରେ ଘରକୁ ଫେରିବେ ମୃତ୍ୟୁର ଗୁମ୍ପାରୁ ମୁକୁଳିଥିବା ୧୨ ଫୁଟବଲ ଖେଳାଳି : ପିଲାମାନେ ବାଂଟିଲେ ମୃତ୍ୟୁ ସହ ଲଢ଼େଇର ଅଭିଜ୍ଞତା

25

କନକ ବ୍ୟୁରୋ : ଦୀର୍ଘ ୨୫ ଦିନ ପରେ ଆଜି ଘରକୁ ଫେରିବେ ଥାଇଲାଣ୍ଡ ଗୁମ୍ପାରୁ ଉଦ୍ଧାର ହୋଇଥିବା ୧୨ଜଣ ଖେଳାଳି ଓ ସେମାନଙ୍କ କୋଚ୍ । ଆଜି ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦୀର୍ଘ ୧୭ରୁ ୧୮ ଦିନ ଗୁମ୍ଫା ଭିତରେ ଫସି ରହିବା ପରେ ଗତ କିଛି ଦିନ ତଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାକାରୀ ଟିମର ବିଭିନ୍ନ ପ୍ରଚେଷ୍ଟା ପରେ ଯାଇ ଏମାନେ ସମସ୍ତେ ଗୁମ୍ଫା ଭିତରେ ସୁରକ୍ଷିତ ଭାବେ ବାହାରି ପାରିଥିଲେ । ତେବେ ଗୁମ୍ଫାରୁ ବାହାରିବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ପରିବାର ଲୋକଙ୍କଠୁ ମଧ୍ୟ ଦୂରେଇ ରଖାଯାଇଥିଲା । ତେବେ ଆଜି ସମସ୍ତ ଖେଳାଳି ଓ କୋଚଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ତେବେ ପିଲାଙ୍କ ଫେରିବାକୁ ନେଇ ପରିବାର ଭିତରେ ଉତ୍କଣ୍ଠା ଦେଖାଦେଇଛି । ତେବେ ଡିସଚାର୍ଜ ପରେ ପ୍ରଥମ ଥର ପାଇଁ ସମସ୍ତଙ୍କୁ ଦେଖିବା ପାଇଁ ମିଳିଛି । ଆଉ ସେମାନେ ମିଡ଼ିଆ ଅଗାରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଜଣେ କୁନି ଖେଳାଳି କହିଛନ୍ତି , ସେମାନଙ୍କ ପାଇଁ ଉକ୍ତ ଦିନ ଗୁଡ଼ିକ ଦୁଃସ୍ୱପ୍ନ ପରି ଥିଲା ।

ସୂଚନାଯୋଗ୍ୟ ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରୁ ୧୨ ଜଣ କୁନି ଫୁଟବଲ ଖେଳାଳି ଓ ତାଙ୍କ କୋଚଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ସମସ୍ତଙ୍କୁ ରେସ୍କ୍ୟୁ କରାଯାଇଥିଲା । ତେବେ ଏହି ଅପରେସନ ବେଳେ ଉଦ୍ଧାରକାଳୀ ଦଳର ଜଣେ ସଦସ୍ୟା ମୃତ୍ୟୁବରଣ ମଧ୍ୟ କରିଥିଲେ । କାରଣ ପାଣିରେ ବୁଡ଼ି ରହିଥିଲା ଗୁମ୍ପା । ଆଉ ଜଳାର୍ଣ୍ଣବ ଅଂଶକୁ ଅତିକ୍ରମ କରି ପିଲାକୁ ବାହା କରିବା ଥିଲା ସବୁଠାରୁ ବଡ ଚ୍ୟାଲେଂଜ୍ । ଫୁଲବଲ ଅଭ୍ୟାସ୍ ପରେ ବୁଲିବାର ଇଚ୍ଛା ଯେ, ଗୁମ୍ଫା ଭିତରେ ଏମିତି ବନ୍ଧକ ରଖିଦେବ ସେମାନେ କେହି କଳ୍ପନା କରିନଥିଲେ । ତେବେ ବହୁତ ସମସ୍ୟାର ସମ୍ମୁଖୀନ ହୋଇ ବହୁ କ୍ମୃରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।