ବାହାରିଲା କନେଷ୍ଟବଳ ପଦବୀରେ ନିଯୁକ୍ତି ! ଜାଣନ୍ତୁ କିପରି କରିବେ ଆବେଦନ ।

99

ଆସାମ ପୋଲିସ୍ ବିଭାଗ ତରଫରୁ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ବାହାରି ଯାଇଛି । ଏହି ନିଯୁକ୍ତିରେ ୫୪୯୪ ଟି ପଦବୀ ପାଇଁ ଭ୍ୟାକେନ୍ସି ରହିଛି । ଆପଣ ଯଦି କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସୁଚନା ଉପରେ ନଜର ପକାନ୍ତୁ ।
ଯୋଗ୍ୟତା : ନିଯୁକ୍ତିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିବା ଆବଶ୍ୟକ ।
ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ୨ ଜୁନ୍ ୨୦୧୮ ।
ବୟସସୀମା : ଆବେଦନକାରୀଙ୍କ ବୟସସୀମା ୧୮ ରୁ ୨୫ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।
ଦରମା : କନେଷ୍ଟବଳ ପଦବୀରେ ସଫଳ ହେଲେ ମାସିକ ଦରମା ୧୪,୦୦୦ ରୁ ୪୯,୦୦୦ ଟଙ୍କା ପଯପ୍ନ୍ ହୋଇପାରେ ।
କିପରି କରିବେ ଆବେଦନ : ଆବେଦନକାରୀ ବିଭାଗର ଅଫିସିଆଲ୍ ୱେବସାଇଟ୍ assampolice.gov.in ଏବଂ upbasiceduboard.gov.in ମାଧ୍ୟମରେ ନିଜ ଆବେଦନପତ୍ର ଜମା କରିପାରିବେ ।