ୱିଣ୍ଡୋଜ୍-୧୦ରେ ଥିବା ଆକ୍ଟିଭିଟି ହିଷ୍ଟ୍ରୀକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ତରିକା

109

ୱିଣ୍ଡୋଜ୍ ୧୦ରେ ଆପଣଙ୍କ କମ୍ପୁଟର ଓ କ୍ଲାଉଡରେ ପୁରା ଆକ୍ଟିଭିଟିର ହିଷ୍ଟ୍ରୀ ସେଭ୍ କରିଥାଏ । ଏଥିରେ ଆପଣଙ୍କ ବ୍ରାଉଜିଂରୁ ନେଇ ଲୋକେସନ ଇନଫର୍ମେସନ ଯାଏ ସବୁକିଛି ସାମିଲ୍ ହୋଇଥାଏ । ଏହା ଏକ ଭୁଲ୍ ଯେ ମାଇକ୍ରୋସଫ୍ଟ ଏହାକୁ ଏତେ ସହଜ କରିଦେଇଛି ଯେ, ଆପଣ ସବୁ ଡାଟାକୁ ଦେଖିବା ସହ ଡିଲିଟ୍ ମଧ୍ୟ କରିପାରିବେ ।

କେଉଁ ଡାଟାକୁ ଟ୍ରାକ୍ କରେ ୱିଣ୍ଡୋଜ୍ ୧୦ ?
ୱିଣ୍ଡୋଜ୍ ଯେଉଁ ଡାଟାକୁ କଲେକ୍ଟ କରିଥାଏ ଏଥିରେ ଏଜ୍ ବ୍ରାଉଜିଂ ହିଷ୍ଟ୍ରି , ୱିଙ୍ଗ ସର୍ଚ୍ଚ ହିଷ୍ଟ୍ରୀ , ଲୋକେସନ ଡାଟା ଏବଂ କୋର୍ଟେସି ଭଏସ୍ କମାଣ୍ଡ ସାମିଲ ଅଛି । ଯଦି ଆପଣ ମାଇକ୍ରୋସଫ୍ଟର ହେଲଥୱଲ୍ଟ ବା ମାଇକ୍ରୋସଫ୍ଟର ବ୍ୟାଣ୍ଡ ଡିଭାଇସ୍ ର ବ୍ୟବହାର କରୁଛନ୍ତି ତ ଏହି ସର୍ଭିସ ଜରିଆରେ ମଧ୍ୟ ଆପଣଙ୍କର ଆକ୍ଟିଭିଟି ଡାଟାକୁ କଲେକ୍ଟ କରାଯାଇପାରିବ । ମାଇକ୍ରୋସଫ୍ଟର କହିବା ହେଲା ସେ ଏହା ଜରିଆରେ ଲୋକଙ୍କୁ ଅଧିକ ପ୍ରାସଙ୍ଗିକ ରେଜଲ୍ଟ ଓ କଣ୍ଟେଂଟ ଉପଲବ୍ଧ କରିବା ନେଇ ଏହି ଡାଟାକୁ ସଂଗ୍ରହ କରିଥାଏ ।

ୱିଣ୍ଡୋଜ୍- ୧୦ରେ ଏମିତି ଡିଲିଟ୍ କରନ୍ତୁ ଆକ୍ଟିଭିଟି ହିଷ୍ଟ୍ରୀ
ଆପଣ ସହଜରେ ଷ୍ଟୋର କରାଯାଇଥିବା ଡାଟାକୁ ଦେଖିପାରିବେ । ଏବଂ ଏହାକୁ ଡିଲିଟ୍ କରିପାରିବେ । ଆପଣ ଦୁଇ ପ୍ରକାରେ ନିଜର ଆକ୍ଟିଭିଟି ହିଷ୍ଟ୍ରୀ ଡିଲିଟ୍ କରିପାରିବେ ଅଥବା ଆପଣ ସିଧା ନିଜର କମ୍ପୁଟର ର ସେଟିଂକୁ ଯାଇ ବା ମାଇକ୍ରୋସଫ୍ଟ କ୍ଲାଉଡ ଆକାଉଣ୍ଟ ରେ ଯାଇ ଏମିତି କରିପାରିବେ । କମ୍ପୁଟରେ ଏମିତି କରନ୍ତୁ ହିଷ୍ଟ୍ରୀ ଡିଲିଟ୍ – ସେଟିଂ -ପ୍ରାଇଭେସି – ଆକ୍ଟିଭିଟି ହିଷ୍ଟ୍ରୀ । ଏହାପରେ କ୍ଲିୟର ଆକ୍ଟିଭିଟିର ତଳେ କ୍ଲିୟର ବଟନରେ କ୍ଲିକ୍ କରନ୍ତୁ । ଯଦି ଆପଣ ଚାହୁଁନାହାନ୍ତି କି ୱିଣ୍ଡୋଜ୍ ଭବିଷ୍ୟରେ ଏହି ଡାଟାକୁ କଲେକ୍ଟ କରିବ ତ ଲେଟ୍ ୱିଣ୍ଡୋଜ୍ କଲେକ୍ଟ ମାଇଁ ଆକ୍ଟିଭିଟି କଲେକ୍ଟ ଆକ୍ଟିବିଟିଜ ଟଗଲ ଅଫ୍ କରିଦିଅନ୍ତୁ ।

ୱିଣ୍ଡୋଜ୍ ୧୦ରେ ଏମିତି ଦେଖନ୍ତୁ ନିଜର ଆକ୍ଟିଭିଟି ହିଷ୍ଟ୍ରୀ –
ପ୍ରଥମେ ସେଟିଂ- ପ୍ରାଇଭେସି – ଆକ୍ଟିଭିଟି ହିଷ୍ଟ୍ରୀ – ମ୍ୟାନେଜ୍ ମାଇଁ ଆକ୍ଟିଭିଟି ଇନ୍ଫୋ । ଏହାପରେ ଏକ ବ୍ରାଉଜର ୱିଣ୍ଡୋ ଖୋଲିବ । ଏବଂ ଯଦି ଆପଣ ନିଜର ଆକାଉଣ୍ଟରେ ଲଗଇନ୍ କରିରଖିନଥିଲେ ତ ଆପଣଙ୍କୁ ଲଗଇନ୍ କରିବା ପାଇଁ କୁହାଯିବ । ଆପଣ ଏହି ପେଜରେ ଆକାଉଣ୍ଟ ଡଟ୍ ମାଇକ୍ରୋସଫ୍ଟ ଡଟ୍ / ପ୍ରାଇଭେସି / ଆକ୍ଟିଭିଟି-ହିଷ୍ଟ୍ରୀ ର ଜରିଆରେ ମଧ୍ୟ ଦିଧା ପହଁଚିପାରିବେ । ଏଠାରେ ଆପଣ ବ୍ରାଉଜିଂ ହିଷ୍ଟ୍ରୀ , ସର୍ଚ୍ଚ ହିଷ୍ଟ୍ରୀ , ଲୋକେସନ ଆକ୍ଟିଭିଟି , ଭଏସ୍ ଆକ୍ଟିଭିଟି , କୋର୍ଟେସି ନୋଟବୁକ୍ ଓ ହେଲ୍ଥ ଆକ୍ଟିଭିଟିର କାଟେଗୋରୀରେ ନିଜର ଡାଟା ଦେଖିପାରିବେ । ଆପଣ ପ୍ରତି ସେକ୍ସନରେ ନିଜର ଡାଟା ଦେଖିପାରିବେ ଓ ଏହାକୁ ଡିଲିଟ୍ କରିପାରିବେ । ଆପଣ ଆକ୍ଟିଭିଟି ହିଷ୍ଟ୍ରୀ ଟ୍ୟାବ୍ ରେ କ୍ଲିକ୍ କରି ମଧ୍ୟ ପୁରା ଡାଟାକୁ ଦେଖିପାରିବେ । ଯେଉଁଥିିରେ ଭଏସ୍ ସର୍ଚ୍ଚ ,ବ୍ରାଉଜିଂ ହିଷ୍ଟ୍ରୀ ଓ ଲୋକେସନ ଇନଫର୍ମେସନ ସାମିଲ ହୋଇଥାଏ ।

( ସୌଜନ୍ୟ-ନବଭାରତ ଟାଇମ୍ସ )